ଦେଶ ବିଦେଶ ମନୋରଞ୍ଜନ

ସୋନାକ୍ଷୀ ସିହ୍ନା ସେୟାର କଲେ ନିର୍ବନ୍ଧର ଫଟୋ ! ସୋସିଆଲ୍‌ ମିଡିଆରେ ହେଲାଣି ଚର୍ଚ୍ଚା…

ମୁମ୍ବାଇ ୦୯।୦୫ : ବଲିଉଡ୍‌ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା । ସୋନା ସୋସିଆଲ୍‌ ମିଡିଆ ଖୁବ୍‌ କମ୍‌ ଆକ୍ଟିଭ୍‌ ରୁହନ୍ତି । ନିକଟରେ ବିବାହ ଋତୁ ଚାଲିଥିବା ବେଳେ ଚର୍ଚ୍ଚାରେ ଶୁଣିବାକୁ ମିଳିଥିଲା ସୋନାକ୍ଷୀ ସିହ୍ନାଙ୍କ ନାମ । କୁହାଯାଉଥିଲା କି ସେ ଖୁବ୍‌ ଶୀଘ୍ର ବିବାହ କରି ପାରନ୍ତି । ହେଲେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫଟୋ ଆଲୋଚନାର ବିଷୟ ପାଲଟିଛି । ଅଭିନେତ୍ରୀ ଇନଷ୍ଟାଗ୍ରାମରେ ନିଜର ଏକ ଛବି ସେୟାର କରିଛନ୍ତି । ଯେଉଁଥିରେ ସେ ଜଣେ ବ୍ୟକ୍ତିଙ୍କ ହାତ ଧରିଥିବାର ଦେଖିବାକୁ ମିଳିଛି ।

ନିକଟରେ ସୋନାକ୍ଷୀ ସିହ୍ନା ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ହାତ ହାତରେ ଏକ ଚକମକ କରୁଥିବା ରିଙ୍ଗ ପିନ୍ଧିଛନ୍ତି । ଏହି ଫଟୋ ସେୟାର କରିବାବେଳେ ସେ ଲେଖିଛନ୍ତି, ‘ଏହା ମୋ ପାଇଁ ଏକ ବିଶେଷ ତଥା ବଡ଼ ଦିନ । ମୋର ସବୁଠାରୁ ବଡ ସ୍ୱପ୍ନ ସାକାର ହେବାକୁ ଯାଉଛି … ମୁଁ ଏହାକୁ ସମସ୍ତଙ୍କ ସହ ସେୟାର କରିବାକୁ ଆଉ ଅପେକ୍ଷା କରିପାରିବି ନାହିଁ … ‘ କାରଣ ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ଏହା ଏତେ ସହଜ ଥିଲା।

ସୋନାକ୍ଷୀ ସିହ୍ନାଙ୍କ ଏହି ପୋଷ୍ଟ ପରେ ଅନେକ କଳ୍ପନାଜଳ୍ପନା କରାଯାଉଛି କି ବୋଧହୁଏ ସେ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ତାଙ୍କର ଏହି ପୋଷ୍ଟରେ ଅନେକ ସେଲିବ୍ରିଟିମାନେ ଶୁଭେଚ୍ଛା ଦେଇଛନ୍ତି । ସବୁଠାରୁ ବଡ ବିଷୟର କଥା ହେଉଛି ସୋନାକ୍ଷୀ ପୁଅର ଚେହେରା ଦେଖାଇ ନାହାଁନ୍ତି।

ଦୀର୍ଘଦିନ ଧରି ସୋନାକ୍ଷୀ ସେଲେବ୍ରିଟି ମ୍ୟାନେଜର ବଣ୍ଟି ସାଜଦେହଙ୍କୁ ଡେଟ୍‌ କରୁଥିଲେ । କୁହାଯାଉଥିଲା କି ଦୁହିଁଙ୍କର ବ୍ରେକ୍‌ଅପ୍‌ ମଧ୍ୟ ହୋଇଥିଲା । ହେଲେ ସମ୍ପର୍କକୁ ଦ୍ବିତୀୟ ସୁଯୋଗ ଦେଇଥିଲେ। ହେଲେ ଦୁହେଁ ଏପର୍ଯ୍ୟନ୍ତ ଏବିଷୟରେ ଖୋଲାଖୋଲି ଭାବରେ ପ୍ରକାଶ କରି ନାହାନ୍ତି । ଉଭୟଙ୍କୁ ଆଗରୁ ଅନେକ ପାର୍ଟିରେ ଏକାଠି ଦେଖିବାକୁ ମିଳିଥିଲା। ତେବେ ଆଗକୁ ଜଣା ପଡିବ କି ଫଟୋରେ ସୋନାଙ୍କ ମିଷ୍ଟ୍ରିମ୍ୟାନ୍‌ କିଏ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ