ଖେଳ

ସେରେନାଙ୍କ ସହ ଜଳଖିଆ ଖାଇବାକୁ ଚାହାନ୍ତି ସିନ୍ଧୁ

ହାଇଦ୍ରାବାଦ: ଟୋକିଓ ଅଲିମ୍ପିକ୍ସ ପାଇଁ କଠିନ ପ୍ରସ୍ତୁତ କରୁଥିବା ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ସକାଳୁ ସକାଳୁ ଦୋସା ଖାଇବାକୁ ବହୁତ ଭଲ ପାଆନ୍ତି। ବିଦେଶରେ ଥିଲା ବେଳେ ପୀଠାରେ ମନ ଭରନ୍ତି। ସାଥୀ ଖେଳାଳିଙ୍କ ସହ ଜଳଖିଆ ଖାଉଥିଲେ ମଧ୍ୟ ତାଙ୍କର ଏକ ଦୀର୍ଘ ଦିନର ସ୍ବପ୍ନ ରହିଛି। ଅନ୍ତର୍ଜାତୀୟ କ୍ରୀଡ଼ା ତାରକାଙ୍କ ମଧ୍ୟରେ ‌ଆମେରିକାର ମହିଳା ଟେନିସ୍ ଖେଳାଳି ସେରେନା ୱିଲିୟମ୍ସଙ୍କ ସହ ଜଳଖିଆ ଖାଇବାକୁ ସେ ଚାହାନ୍ତି। ଗୁରୁବାର ଦେଇଥିବା ଏକ ସାକ୍ଷାତକାର ଅବସରରେ ଏକଥା କହିଛନ୍ତି ସିନ୍ଧୁ। ତେଲେଙ୍ଗାନାର ଗାଚିବୋଲି ଷ୍ଟାଡିୟମରେ ଅଭ୍ୟାସ କରୁଥିବା ସିନ୍ଧୁ ସକାଳ ୬ଟାରେ ଉଠି ଯାଉଛନ୍ତି। ଏହା ପରେ ୬ଟା ୪୦ରେ ଷ୍ଟାଡିୟମ ଯାଇଥ ଅଭ୍ୟାସ କରନ୍ତି। ୟୁରୋପ ମହାଦେଶର ପାଗକୁ ଭଲ ପାଉଥିବା ଏହି ହାଇଦ୍ରାବାଦୀ ତରୁଣୀ ଲଣ୍ଡନ, ପ୍ୟାରିସ୍ ଓ ସ୍ବିଜରଲାଣ୍ଡର ଥଣ୍ଡା ଜୟବାୟୁକୁ ବହୁତ ପସନ୍ଦ କରନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ