ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସେମାନେ ଚାଁହୁଥିଲେ ଆମ ସୈନ୍ୟ ପରସ୍ପରକୁ ମାରିଦିଅନ୍ତୁ, ରୁଷରେ ସୈନ୍ୟ ବିଦ୍ରୋହ ପାଇଁ ଏମାନଙ୍କୁ ଦୋଷ ଦେଲେ ପୁଟିନ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୱାଗନର ଗ୍ରୁପର ଭଡା ସୈନିକଙ୍କ ବିଦ୍ରୋହ ପାଇଁ ୟୁକ୍ରେନ ଏବଂ ଏହାର ପାଶ୍ଚାତ୍ୟ ଦେଶର ସହଯୋଗୀମାନଙ୍କୁ ଦାୟୀ କରିଛନ୍ତି। ପୁଟିନ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶମାନେ ଚାହୁଁଛନ୍ତି ଯେ ରୁଷର ଲୋକମାନେ ପରସ୍ପରକୁ ମାରିବା ପାଇଁ ପ୍ରସ୍ତୁତ ହୁଅନ୍ତୁ। ପୁଟିନ କହିଛନ୍ତି ଯେ ସେ ୱାଗନର ଗ୍ରୁପର ସୈନିକମାନଙ୍କୁ କ୍ଷମା କରିଛନ୍ତି । ଏକ ଟେଲିଭିଜନ ସମ୍ବୋଧନରେ ପୁଟିନ କହିଛନ୍ତି ଯେ ରୁଷବାସୀଙ୍କ ଦେଶଭକ୍ତି ପାଇଁ ସେମାନଙ୍କୁ ଅଶେଷ ଧନ୍ୟବାଦ |

ଏହି ଘଟଣା ଆରମ୍ଭରୁ ମୋର ନିର୍ଦ୍ଦେଶ ଅନୁଯାୟୀ ବଡ଼ ଧରଣର ରକ୍ତପାତରୁ ରକ୍ଷା ପାଇବା ପାଇଁ ପଦକ୍ଷେପ ନିଆଯାଇଛି। ପୁଟିନ ଆହୁରି ମଧ୍ୟ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶ ତଥା ଦେଶଦ୍ରୋହୀମାନେ ଚାଁହୁଥିଲେ ଯେ ରୁଷର ସୈନିକମାନେ ପରସ୍ପରକୁ ହତ୍ୟା କରନ୍ତୁ। ଉଲ୍ଲେଖ ଥାଉ କି ଶନିବାର ଦିନ ୱାଗନର ଗ୍ରୁପ ରୁଷର ରାଜଧାନୀ ମସ୍କୋ ଅଭିମୁଖେ ଯାତ୍ରା କରୁଥିବାବେଳେ ବେସରକାରୀ ସେନା ୱାଗନର ଗ୍ରୁପ୍ ମୁଖ୍ୟ ୟେଭଗେନି ପ୍ରିଗୋଜିନ୍ ତାଙ୍କ ସୈନ୍ୟମାନଙ୍କୁ ପଛକୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଏହାକୁ ନେଇ ୱାଗନର ଗ୍ରୁପ୍ ମୁଖ୍ୟ ୟେଭଗେନି ପ୍ରିଗୋଜିନ୍ କହିଥିଲେ ଯେ ତାଙ୍କ ସୈନ୍ୟମାନେ ରୁଷରେ ପରିବର୍ତ୍ତନ ପାଇଁ ଅଭିଯାନ କରିନଥିଲେ । ୟୁକ୍ରେନରେ ସେମାନଙ୍କ ପ୍ରତି ହେଉଥିବା ଆଚରଣକୁ ବିରୋଧ କରିବାକୁ ଏହା କରାଯାଇଥିଲା ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ