ଅପରାଧ ରାଜ୍ୟ

ସେବାଶ୍ରମ ହଷ୍ଟେଲ୍‌ କେତେ ସୁରକ୍ଷିତ? ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ପୀଡ଼ିତ ପରିବାରକୁ ମିଳୁଛି ଧମକ

ଫୁଲବାଣୀ: ଶିକ୍ଷାରେ ଉନତି ପାଇଁ ରାଜ୍ୟ ସରକାର ଗାଁରେ ଗାଁରେ ସ୍କୁଲ ସହ ଦୂରଦୂରାନ୍ତରୁ ବା ଅପହଞ୍ଚ ଗାଁରୁ ଆସି ସ୍କୁଲରେ ପାଠ ପଢିବା ପାଇଁ ପିଲାଙ୍କ ପାଇଁ ଛାତ୍ରାବାସ ମଧ୍ୟ ନିର୍ମାଣ କରି ଶିକ୍ଷାର ବିକାଶ କଥା ଚିନ୍ତା କରୁଛନ୍ତି। ଦୁର୍ଗମ ଅଞ୍ଚଳରେ ବିଭିନ୍ନ ପ୍ରକାରର ସ୍କୁଲ ନିର୍ମାଣ କରୁଛନ୍ତି। ସେବାଶ୍ରମ ସେଥିରୁ ଅନ୍ୟତମ। କିନ୍ତୁ କ୍ଷୋଭର କଥା ଯେ, ସେବାଶ୍ରମ ସ୍କୁଲଗୁଡ଼ିକରେ ଅନେକ ସମୟରେ ଅବହେଳା ଯୋଗୁଁ ଅପ୍ରୀତିକର ଘଟଣା ଘଟୁଥିବା ନଜିରକୁ ଆସୁଛି। ବିଦ୍ୟାଳୟରେ ଅବ୍ୟବସ୍ଥା ଯୋଗୁଁ ପିଲାମାନେ ସେଠାରୁ ପଳାୟନ କରିବା, ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହେବା ଆଦି। ସବୁଠାରୁ କ୍ଷୋଭର ବିଷୟ ହେଲା ସେବାଶ୍ରମରେ ନାବାଳିକା ଛାତ୍ରୀ ଗର୍ଭବତୀ ହେବ। କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ଏକ ସେବାଶ୍ରମ ହଷ୍ଟେଲ୍‌ରେ ରହୁଥିବା ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଓ ଏଥିରେ ଜଣେ ଶିକ୍ଷକଙ୍କ ସଂପୃକ୍ତି ଅଭିଯୋଗକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଘଟଣାକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଶିକ୍ଷକଜଣକ ଫେରାର୍ ହୋଇଯାଇଛନ୍ତି। ସେହିପରି ଛାତ୍ରୀଙ୍କ ପରିବାରକୁ ବିଭିନ୍ନ ଆଡ଼ୁ ଧମକଚମକ ମିଳୁଥିବା ବେଳେ ଘଟଣାକୁ ରଫାଦଫା କରିବାକୁ ଗଳାବାଟ ଖୋଜା ଚାଲିଛି। ଭୟରେ ପରିବାରବର୍ଗ ଏଯାବତ୍ କୋଟଗଡ଼ ଥାନାରେ ଏତଲା ଦେଇ ନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ସ୍ବାଧୀନତା ଦିବସ ଦିନ ଛାତ୍ରୀଜଣକ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କୋଟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବ‌େ ଏହାମଧ୍ୟରେ ସେ ବାରମ୍ବାର ଅସୁସ୍ଥ ହେବା, ଦୁର୍ବଳ ଅନୁଭବ କରିବା ଏବଂ ବାନ୍ତି କରିବାରୁ ପରିବାର ‌ଲୋକଙ୍କ ମନରେ ସନ୍ଦେହ ବଢ଼ିଥିଲା। ରକ୍ତନମୁନା ପରୀକ୍ଷା ପରେ ସେ ଗର୍ଭବତୀ ଥିବା ଜାଣି ପରିବାରବର୍ଗ ଚକିତ ହୋଇଯାଇଥିଲେ। ଆଉ ଏଥିପାଇଁ ଜଣେ ଶିକ୍ଷକ ଦାୟୀ ବୋଲି ଜାଣିବାକୁ ପାଇଥି‌ଲେ। ଏନେଇ ସେମାନେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଦୃ୍ଷ୍ଟି ଆକର୍ଷଣ କରିଥିଲେ। ହେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ନ୍ୟାୟ ଦେବା ବଦଳରେ ଧମକଚମକ ଦେଇ ଚୁପ୍ ରହିବାକୁ ବାଧ୍ୟ କରୁଥିବା ଛାତ୍ରୀଙ୍କ ପରିବାରବର୍ଗ ଅଭିଯୋଗ ଆଣିଛନ୍ତି। ଫଳରେ ଏଦିଗରେ ପୁଲିସ ବିଭାଗ ଓ ପ୍ରଶାସନର ହସ୍ତକ୍ଷେପ ଦାବି ହୋଇଛି। ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି, ଘଟଣାର ତଦନ୍ତ ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।

ସେବାଶ୍ରମର ଛାତ୍ରୀ ଗର୍ଭବତୀ ହେବା ନୂଆ ଘଟଣା ନୁହେଁ। ଦୁଇ ବର୍ଷ ପୂର୍ବରୁ ଜାନୁଆରି ମାସରେ ସେବାଶ୍ରମରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀ କନ୍ୟା ସନ୍ତାନର ମା ହୋଇଥିଲେ। ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉଭୟ ମା ଓ ନବଜାତ ଶିଶୁଙ୍କୁ ଭର୍ତ୍ତି କରାଯାଇଥିଲା। ଗୁଣପୁର ପୁଲିସ୍ ଘଟଣା ସଂପର୍କରେ ଅବଗତ ହେବା ପରେ ଅଭିଯୁକ୍ତ ବୃନ୍ଦାବନ କାଡ଼୍ରକାଙ୍କୁ ଗିରଫ କରିଥିଲା। ସ୍କୁଲ୍ ଖୋଲିବା ପୂର୍ବରୁ ଏହି ଘଟଣା ଜିଲ୍ଲା ପ୍ରଶାସନ ଓ ମଙ୍ଗଳ ବିଭାଗକୁ ଚିନ୍ତାରେ ପକାଇଥିଲା।

ଛାତ୍ରୀଙ୍କ ବାପାଙ୍କ ଅଭିଯୋଗନୁଯାୟୀ, ସେହି ସମୟର ୧୩ ବର୍ଷୀୟା ପୀଡ଼ିତା ରାମନାଗୁଡ଼ା ବ୍ଲକର ଏକ ସେବାଶ୍ରମରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। କରୋନା ଯୋଗୁ ସ୍କୁଲ୍ ବନ୍ଦ ରହିଥିବାରୁ ଛାତ୍ରୀ ଜଣଙ୍କ ନିଜ ଘରେ ରହି ପଢ଼ାପଢ଼ି କରୁଥିଲେ। ପୀଡ଼ିତାଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ସ୍ଥାନ ଅଭାବରୁ ରାତିରେ ପୀଡ଼ିତା ଛାତ୍ରୀ ନିଜ ବଡ଼ମାଙ୍କ ଘରକୁ ଶୋଇବାକୁ ଯାଉଥିଲେ। ଏହାର ସୁଯୋଗ ନେଇ ପଡ଼ୋଶୀ ଘରେ ରହୁଥିବା ବୃନ୍ଦାବନ ପୀଡ଼ିତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗତ ୧୦ମାସ ହେଲା ଶାରୀରିକ ସଂପର୍କ ରଖି ଆସୁଥିଲା। ଯାହାଫଳରେ ପୀଡ଼ିତା ଗର୍ଭବତୀ ହୋଇଥିଲେ ହେଁ ପରିବାର ଲୋକ କିଛି ଜାଣିପାରି ନ ଥିଲେ। ଶନିବାର ସଂଧ୍ୟାରେ ପୀଡ଼ିତା ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ଗୋଟିଏ ବୋଲେରୋ ଭଡ଼ା କରି ପୀଡ଼ିତାଙ୍କୁ ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣୁଥିବା ବେଳେ ନାବାଳିକା ଛାତ୍ରୀ ଗାଡ଼ି ଭିତରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।