ଦେଶ ବିଦେଶ

ସେତେବେଳେ ବି ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇପାରିଥାନ୍ତେ : ସଂଜୟ ରାଉତ

ମୁମ୍ବାଇ : ପାତ୍ରା ଚାୱଲ ମନି ଲଣ୍ଡରିଂ ମାମଲାରେ ଜାମିନ ପାଇଥିବା ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଯଦି ବିଜେପି ଶିବସେନା ସହିତ ହୋଇଥିବା ପୂର୍ବ ବୁଝାମଣାକୁ ସମ୍ମାନ ଦେଇଥାନ୍ତା ତେବେ ସେତେବେଳେ ବି ଏକନାଥ ସିନ୍ଦେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରାଯାଇଥାନ୍ତା । ବିଜେପି ଶିବସେନାକୁ ଦୁଇଭାଗ କରିଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଆମେ ବିଜେପି ସହିତ ଏକ ମେଣ୍ଟ କରିଥିଲୁ ଯେ ଜିତିଲେ କ୍ଷମତାକୁ ୫୦:୫୦ ଆଧାରରେ ବାଣ୍ଟିଦିଆଯିବ। ଆମେ ହିନ୍ଦୁତ୍ୱକୁ ଆଗକୁ ନେବାକୁ ଚାହୁଁଥିଲୁ, ଯାହା ଉଭୟ ଦଳର ମୂଳ ଆଦର୍ଶ ବୋଲି ରାଉତ କହିଛନ୍ତି ।

ଯେତେବେଳେ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାର ଥିଲା, ସେତେବେଳେ ଉଦ୍ଧବ ଠାକରେ କିପରି ମୁଖ୍ୟମନ୍ତ୍ରୀ ହୋଇଥିଲେ ବୋଲି ପଚରାଯିବାରୁ ରାଉତ କହିଛନ୍ତି ଯେ ବିଭିନ୍ନ ପରିସ୍ଥିତିରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ସେ କହିଛନ୍ତି ଯେ ଶିବସେନା ଶରଦ ପାୱାରଙ୍କ ଏନସିପି ଏବଂ କଂଗ୍ରେସ ସହିତ ମହାମେଣ୍ଟ କରିବା ପରେ ମେଣ୍ଟ ଅନୁଯାୟୀ ୨୦୧୯ରେ ସରକାର ଗଠନ ହୋଇଥିଲା ।

ରାଉତ ଅଭିଯୋଗ କରିଛନ୍ତି ଯେ ବିଜେପି ଶିବସେନାକୁ ଭାଙ୍ଗିଦେଇଛି, କିନ୍ତୁ ପୂର୍ବର ବୁଝାମଣା ଅନୁସାରେ କ୍ଷମତା ଭାଗ କରିଛି ଓ ଏକନାଥଙ୍କ ନେତୃତ୍ବରେ ସରକାର ଚାଲିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ