ଲାଇଫ୍ ଷ୍ଟାଇଲ

ସେଓରେ ରହିଛି ଅନେକ ଉପକାରୀ ଗୁଣ, ପ୍ରତିଦିନ ଖାଇଲେ ମିଳିଥାଏ ଏହି ସବୁ ଫାଇଦା

ଶରୀରକୁ ସୁସ୍ଥ ରଖିବାକୁ ହେଲେ ସକାଳର ଜଳଖିଆ ଭଲରେ ଆରମ୍ଭ କରିବା ଦରକାର । କାରଣ ଯଦି ଆପଣ ସକାଳର ଖାଦ୍ୟ-ପେୟ ସହିତ ଜଡ଼ିତ କିଛି ଭୁଲ୍ କରିବସନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଆହାର ବିଷୟରେ କହିବୁ, ଯାହାକୁ ସକାଳୁ ସକାଳୁ ସେବନ କଲେ ଶରୀର ଦିନ ଯାକ ସଂପୂର୍ଣ୍ଣ ଭାବେ ଶକ୍ତିଶାଳୀ ରହିଥାଏ।
ଆପଣ ଇଂରାଜୀରେ ଏକ ଉକ୍ତି ପଢ଼ିଥିବେ, ‘ୱାନ୍ ଆପେଲ୍ ଏ ଡେ, କିପ୍ସ ଦ ଡକ୍ଟର ଆୱେ’। ଅର୍ଥାତ, ଦିନକୁ ଗୋଟାଏ ସେଓ ଖାଇବା ଦ୍ବାରା ଡାକ୍ତରଙ୍କଠାରୁ ନିଜକୁ ଦୂରେଇ ରଖିହେବ।
ତେବେ ଏହା ତ ସମସ୍ତେ ଜାଣନ୍ତି ଯେ ସକାଳୁ ସେଓ ସେବନ କଲେ ଶରୀରକୁ ଅନେକ ରୋଗ ଦାଉରୁ ରକ୍ଷା ମିଳିଥାଏ। କାରଣ ସେଓ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଆପଣ ଯଦି ସେଓର ସଂପୂର୍ଣ୍ଣ ଫାଇଦା ନେବାକୁ ଚାହୁଁଛନ୍ତି ତ, ତେବେ ଏହାକୁ ସଠିକ୍ ସମୟରେ ଖାଇବା ଜରୁରୀ!
ତେଣୁ ସକାଳୁ ଉଠିବା କ୍ଷଣି ଆପଣ ଖାଲିପେଟରେ ସେଓ ଖାଆନ୍ତୁ । ଏହା କରିବା ଦ୍ୱାରା ପାଚନ ଶକ୍ତି ସକ୍ରିୟ ହେବା ସହ ସଂପୂର୍ଣ୍ଣ ଦିନ ଆପଣ ସୁସ୍ଥ ଅନୁଭବ କରିବେ । କାରଣ ସେଓରେ ଫାଇବର୍, ନ୍ୟୁଟ୍ରିସନ୍, ଭିଟାମିନ୍ ଭଳି ପୋଷାକ ତତ୍ତ୍ୱ ଭରପୂର ମାତ୍ରାରେ ଥାଏ। ଏହା ସ୍ୱାସ୍ଥ୍ୟ ସହିତ ଜଡ଼ିତ ସମସ୍ତ ସମସ୍ୟା ଯେପରିକି ଅନିୟମିତ ଋତୁସ୍ରାବ, କୋଲେଷ୍ଟ୍ରଲ୍ ,ଅନିଦ୍ରା, ମାଇଗ୍ରେନ୍, ରକ୍ତର ଅଭାବ ଏବଂ ଅବସାଦ ଭଳି ସମସ୍ୟାଠାରୁ ବ୍ୟକ୍ତିକୁ ରକ୍ଷା କରିଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ