ଅପରାଧ ରାଜ୍ୟ

ସୂର୍ଯ୍ୟୋପରାଗରେ ବିରିୟାନି ଖାଇବା ମାମଲା: ଅଭିଯୋଗକାରୀ, ହେତୁବାଦୀଙ୍କ ହେବ ବୟାନ ରେକର୍ଡ

ପୁରୀ : ସୂର୍ଯ୍ୟୋପରାଗରେ ଓଡ଼ିଶା ହେତୁବାଦୀ ସମାଜ ବିରିୟାନି ଖାଇବା ଓ ବିରିୟାନି ଅନ୍ୟମାନଙ୍କୁ ଖାଇବାକୁ ଦେବା ଘଟଣାକୁ ନେଇ ଓଡ଼ିଶା ବ୍ରାହ୍ମଣ ସମାଜ ଓ ଅଖିଳ ଭାରତ ହିନ୍ଦୁ ମହାସଭା ସିଂହଦ୍ବାର ଥାନା ଓ ଟାଉନ୍‌ ଥାନାରେ ହେତୁବାଦୀ ସମାଜର ବିଭିନ୍ନ କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଅଭିଯୋଗ ଆଧାରରେ ଷ୍ଟେସନ୍‌ ଡାଏରୀ(ଜିଡି) କରିଛି। ଯେହେତୁ ମାମଲା ଭୁବନେଶ୍ବରର, ଦୁଇ ମାମଲାକୁ ସଂପୃକ୍ତ ଅଞ୍ଚଳରେ ଥିବା ଥାନାକୁ ହସ୍ତାନ୍ତର କରିବାକୁ ଯୋଜନା କରୁଛି। ଏହା ପୂର୍ବରୁ ଉଭୟ ଅଭିଯୋଗକାରୀ ଓ ହେତୁବାଦୀ ସମାଜର କର୍ମକର୍ତ୍ତାଙ୍କୁ ଡାକି ବୟାନ ରେକର୍ଡ କରିବ ବୋଲି ପୁଲିସ କହିଛି।

ଏ ସମ୍ପର୍କରେ ପୁରୀ ସିଟି ଡିଏସ୍‌ପି କେ. କେ. ହରିପ୍ରସାଦ କହିଛନ୍ତି, ଦୁଇ ଅଭିଯୋଗକୁ ଆମେ ଗୁରୁତ୍ବର ସହ ନେଇଛୁ। ଏହାର ଆମେ ତଦନ୍ତ କରିବୁ। ଯେଉଁମାନେ ଅଭିଯୋଗ କରିଛନ୍ତି ଓ ଯେଉଁମାନଙ୍କ ନାଁରେ ଅଭିଯୋଗ ହୋଇଛି, ସେମାନଙ୍କୁ ଥାନାରେ ହାଜର ହେବାକୁ ଆମେ ନୋଟିସ କରିବୁ। ଏହାସହ ଉଭୟପକ୍ଷଙ୍କ ବୟାନ ରେକର୍ଡ କରିବୁ। ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ହରିପ୍ରସାଦ ଗଣମାଧ୍ୟମକୁ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।