ଦେଶ ବିଦେଶ ମନୋରଞ୍ଜନ

ସୂରଜଙ୍କ କନିଆ ବନିବେ ମୌନୀ! ପ୍ରେମିକଙ୍କ ପରିବାର ଲୋକଙ୍କୁ ଭେଟିଲେ ଅଭିନେତ୍ରୀଙ୍କ ମାଆ

ମୁମ୍ବାଇ: ଖୁବ୍‌ ଶୀଘ୍ର କନ୍ୟା ବନିବାକୁ ଯାଉଛନ୍ତି ନାଗିନ୍‌ ଗାର୍ଲ ମୌନୀ। ଟେଲିଭିଜନ୍‌ ତଥା ବଲିଉଡର‌ ଜଣାଶୁଣା ଅଭିନେତ୍ରୀ ମୌନୀ ରୟ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ଅଧିକାଂଶ ସମୟ‌ରେ ନିଜର ବ୍ୟକ୍ତିଗତ କଥାକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି। ଗତ କିଛି ହେବ ମୌନୀଙ୍କ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଧରିଛି। ମୌନୀ କେବେ ବିବାହ କରିବେ ବୋଲି ଦର୍ଶକମାନେ ଉତ୍ସୁକତା ଦେଖାଉଥିବା ବେଳେ ଅତି କମ୍‌ ଦିନ ମଧ୍ୟରେ ସେହି ଶୁଭ ଦିନ ଆସିପାରେ ବୋଲି ଅନୁମାନ କରାଯାଉଛି।

ସୂତ୍ରରୁ ଜାଣିବାକୁ ମିଳିଛି ଯେ ମୌନୀ ଖୁବ୍ ଶୀଘ୍ର ସୂରଜ ନମ୍ବିୟାର୍‌ଙ୍କ କନ୍ୟା ବନିବାକୁ ଯାଉଛନ୍ତି। ପୂର୍ବରୁ ମୌନୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସୂରଜଙ୍କ ସହ କିଛି ଫଟୋ ସେୟାର କରିଥିଲେ। ଏପରି ସୂରଜଙ୍କ ମାଆବାପାଙ୍କୁ ସେ ତାଙ୍କ ଆକାଉଣ୍ଟ୍‌ରେ ‘ମମ୍‌-ଡ୍ୟାଡ୍‌’ ବୋଲି ସମ୍ବୋଧନ କରିଥିବାର ଦେଖିବାକୁ ମିଳିଥିଲା।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ମୌନୀ ଓ ସୂରଜଙ୍କ ସଂପର୍କ ଅଳ୍ପ କିଛି ଦିନ ହେବ ସୃଷ୍ଟି ହୋଇଛି। ଝିଅର ବିବାହ ସଂପର୍କରେ ମୌନୀଙ୍କର ମାଆ ସୂରଜଙ୍କ ବାପାମାଆଙ୍କୁ ଭେଟି କଥା ହୋଇଛନ୍ତି। ଦୁଇ ପରିବାରର ପ୍ରଥମ ସାକ୍ଷାତ୍‌ ମନ୍ଦିରା ବେଦୀଙ୍କ ଘରେ ହୋଇଥିବା ସୂଚନା ରହିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ମନ୍ଦିରା ବେଦୀ ଓ ମୌନୀ ରୟ ଖୁବ୍ ଭଲ ବନ୍ଧୁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ