ଅପରାଧ ରାଜ୍ୟ

ସୂଚନାଅଧିକାର କର୍ମୀ ହତ୍ୟା ଘଟଣା, ତିନି ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ବାଲିଗୁଡ଼ା ୨୩।୦୭ : କନ୍ଧମାଳ ଜିଲ୍ଲା ବାଲିଗୁଡାର ସୂଚନାଅଧିକାର କର୍ମୀ ତଥା ବାଟlଗୁଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାର ଆକ୍ସନ । ମାମଲାରେ ମୋଷ୍ଟ ୱାଣ୍ଟେଡ କୁହାଯାଉଥିବା ବବୁଲୁ ମୁନୀ ଗିରଫ । ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରୁ ବବୁଲୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଗୁଡା ପୋଲିସ l

ଖବର ଅନୁଯାୟୀ, ୨୦୧୯ ଡିସେମ୍ବର ୧୦ ତାରିଖ ଦିନ ସକାଳ ୮ଟାରେ ଅଭିମନ୍ୟୁ ବାଲିଗୁଡା ପାତ୍ର ସାହିସ୍ଥିତ ନିଜ ଘରେ ଥିବା ବେଳେ ୨ ଜଣ ଯୁବକ ଆସି ତାଙ୍କୁ ଡାକିଥିଲେ । ସେ ବାହାରକୁ ଆସିବା ପରେ ଯୁବକଙ୍କ ସହ କୌଣସି କଥାରୁ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଉତ୍‌କ୍ଷିପ୍ତ ଯୁବକ ଦ୍ୱୟ ଅଭିମନ୍ୟୁଙ୍କୁ ଗୁଳି ମାଡ଼ କରି ଚମ୍ପଟ ମାରିଥିଲେ । ପରିବାର ଲୋକ ଅଭିମନ୍ୟୁଙ୍କୁ ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା । କିଛି ଦିନ ମଧ୍ୟରେ ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ହେଁ ବବ୍‌ଲୁ ଫେରାର ଥିଲା । ଶେଷରେ ଶୁକ୍ରବାର ଦିନ ମୋଷ୍ଟ ଓ୍ୱେଣ୍ଡଡ ବବୁଲୁକୁ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରୁ ଗିରଫ କରାଯାଇଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବାଲିଗୁଡା ଥାନା ଅଧିକାରି ବାବା ଶଙ୍କର ସରାଫ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।