ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

ସୁସ୍ଥ ହେଲେ ରେମୋ

ବଲିଉଡ୍‌ର ଖ୍ୟାତନାମା କୋରିଓଗ୍ରାଫର୍ ଓ ଫିଲ୍ମ ନିର୍ମାତା ରେମୋ ଡିସୁଜା ସୁସ୍ଥ ହୋଇ ମେଡିକାଲ୍‌ରୁ ଫେରିଛନ୍ତି। ହୃଦ୍‌ଘାତର ଶିକାର ହୋଇଥିବା ରେମୋ ମେଡିକାଲ୍‌ରୁ ଆସୁ ଆସୁ ବର୍ତ୍ତମାନ ଫିଟ୍‌ନେସ୍‌କୁ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳିଛି। ଜିମ୍‌ରେ ରେମୋ ଭାରୋତ୍ତୋଳନ କରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏହାସହ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି, ପ୍ରତ୍ୟାବର୍ତ୍ତନ ସର୍ବଦା ଶକ୍ତିଶାଳୀ ହୋଇଥାଏ। ଧୀରେ ହେଉ ପଛେ, ନିଶ୍ଚିତ ଭାବେ ଏହା ହେବ ବୋଲି ରେମୋ ଉଲ୍ଲେଖ କରିଛନ୍ତି। ଭିଡିଓରେ ରେମୋଙ୍କ ସହ ଜଣେ ସ୍ବାସ୍ଥ୍ୟ ପରାମର୍ଶଦାତା ତାଙ୍କ ସ୍ବାସ୍ଥ୍ୟାବସ୍ଥା ପରଖିବା ପାଇଁ ତାଙ୍କ ପାଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ