ଦେଶ ବିଦେଶ ମନୋରଞ୍ଜନ

ସୁଶାନ୍ତଙ୍କ ଫିଲ୍ମ ‘ଛିଛୋରେ’ ଚାଇନାରେ ହେବ ରିଲିଜ୍ , ନୂଆ ବର୍ଷରେ କରିବ ପୁଣି ରେକର୍ଡ…

ନୂଆଦିଲ୍ଳୀ ୧୬।୧୨ : ସ୍ବର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’ ଚାଇନାରେ ରିଲିଜ ହେବାକୁ ଯାଉଛି । ଜାତୀୟ ପୁରସ୍କାର ପାଇଥିବା ଫିଲ୍ମ ଆସନ୍ତା ଜାନୁୟାରୀ ୭ ତାରିଖରୁ ଚାଇନା ଥିଏଟରରେ ରିଲିଜ ହେବ ବୋଲି ସୂଚନା ଦେଇଛନ୍ତି ଟ୍ରେଡ୍‌ ଆନାଲିଷ୍ଟ ତରନ ଆଦର୍ଶ।

“ଦେଶରେ ଲୋକଙ୍କ ହୃଦୟରେ ଏବଂ ବକ୍ସ ଅଫିସରେ ବାଜି ମାରିଥିବା ଫିଲ୍ମ ‘ଛିଛୋରେ’ ଚାଇନାର ପ୍ରାୟ ୧୧ ହଜାର ସ୍କ୍ରିନରେ ରିଲିଜ ହେବ” ବୋଲି ଆଦର୍ଶ ଟୁଇଟ୍‌ କରି କହିଛନ୍ତି । ଏହି ଫିଲ୍ମ ୨୦୧୯ ସେପ୍ଟେମ୍ବର ୬ ତାରିଖରେ ଭାରତରେ ରିଲିଜ ହୋଇଥିଲା। ପ୍ରଥମ ଦିନ ୭ କୋଟି ଟଙ୍କା ଆୟ କରିଥିବା ବେଳେ ଦୁଇ ସପ୍ତାହରେ ୧୦୦ କୋଟି ମାଇଲଷ୍ଟୋନ ଛୁଇଁଥିଲା ‘ଛିଛୋରେ’। ଫିଲ୍ମରେ ସୁଶାନ୍ତଙ୍କ ବ୍ୟତୀତ ଶ୍ରଦ୍ଧା କାପୁର, ବରୁନ ଶର୍ମା, ପ୍ରତୀକ ବବର, ତାହିର ରାଜ ଭାସିନ, ନବୀନ ପୋଲିଶେଟି ଆଦି ମୁଖ୍ୟ ଭୂମିକାରେ ଥିଲେ

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ