ଦେଶ ବିଦେଶ ମନୋରଞ୍ଜନ

ସୁଶାନ୍ତଙ୍କୁ ଦେଖିଲେ , ଲାଗେ ସେ ଜଣେ ଭଲ ମଣିଷ, କୋର୍ଟଙ୍କ ଶୁଣାଣି ବେଳେ ଏପରି ରଖିଥିଲେ ବିବୃତ୍ତି

ମୁମ୍ବାଇ ୦୮।୦୧: ଦିବ୍ୟଙ୍ଗତ ଅଭିନେତା ସୁଶାନ୍ତଙ୍କୁ ପ୍ରଂଶସା କରିଛନ୍ତି ବମ୍ବେ ହାଇକୋର୍ଟ । ଅଭିନେତାଙ୍କ ମୁହଁ ଦେଖିଲେ, କେହି ବି କହିପାରିବେ ଯେ, ସେ ଜଣେ ଭଲ ଲୋକ । ଏପରିକି ସେ ଜଣେ ଭଲ ଅଭିନେତା ବୋଲି କୋର୍ଟ ମଧ୍ୟ କହିଛନ୍ତି ।

ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗ ଆଧାରରେ ପ୍ରିୟଙ୍କା ଓ ମିଟୁଙ୍କ ନାମରେ ବାନ୍ଦ୍ରା ପୁଲିସ ଗତବର୍ଷ ସେପ୍ଟେମ୍ବରରେ ଏହି ମାମଲା ରୁଜୁ କରିଥିଲା । ଯାହାକୁ ନେଇ ଶୁଣାଣି ଜାରି ରହିଛି । ସୁଶାନ୍ତଙ୍କ ଦୁଇ ଭଉଣୀ ପ୍ରିୟଙ୍କା ସିଂହ ଓ ମିଟୁ ସିଂହ ସେମାନଙ୍କ ବିରୋଧରେ ରୁଜୁ ଏଫଆଇଆର ରଦ୍ଦ କରିବାକୁ କରିଥିବା ଆବେଦନ ଉପରେ ଶୁଣାଣି କରିବା ଅବସରରେ ବିଚାରପତି ଏସ୍‌.ଏସ୍‌. ସିନ୍ଦେ ଏବଂ ଏମ୍‌.ଏସ୍‌ କାର୍ଣ୍ଣିକଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଭିନେତା ସୁଶାନ୍ତଙ୍କ ବିଷୟରେ ଏପରି କଥା କହିଛନ୍ତି । ଅନ୍ୟ ପଟେ ମାମଲାରେ ନିଜ ରାୟକୁ ମଧ୍ୟ ସଂରକ୍ଷିତ ରଖିଛନ୍ତି କୋର୍ଟ ।

ସୁଶାନ୍ତଙ୍କ ପାଇଁ ମେଡିକାଲ ପ୍ରେସକ୍ରିପସନ୍‌ ଜାଲିଆତି କରିବା ଅଭିଯୋଗରେ ତାଙ୍କର ଦୁଇ ଭଉଣୀଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଯାହାର ମାମଲା କୋର୍ଟରେ ଶୁଣାଣି ଚାଲିଛି । ତେବେ ଏହି ମାମଲାର ଶୁଣାଣି କରି ମାନ୍ୟବର ବିଚାରପତି ସିନ୍ଦେ କହିଛନ୍ତି ଯେ, ମାମଲା କିଛି ବି ହେଉନା କାହିଁକି , ଅଭିନେତା ସୁଶାନ୍ତଙ୍କ ମୁହଁ ଦେଖିଲେ ସେ ଜଣେ ନିରୀହ ଲୋକ ବୋଲି କେହି ବି କହିପାରିବେ । ସେ ଜଣେ ଭଲ ମଣିଷ ମଧ୍ୟ, ତାଙ୍କୁ ସମସ୍ତେ ଭଲ ପାଉଥିଲେ । ବିଶେଷକରି ‘ଏମ୍‌ଏସ୍‌ ଧାନି: ଦି ଅନଟୋଲ୍ଡ ଷ୍ଟୋରୀ’ ଫିଲ୍ମରେ ତାଙ୍କ ଚରିତ୍ର ଅତି ନିପୁଣୀୟ ଥିଲା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ