ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏଣିକି ସହଜ ହେବ ଟ୍ୟାକ୍ସ ମାମଲାର ଶୁଣାଣି

ନୂଆଦିଲ୍ଳୀ, ୨୪/୧୧: କରଦାତାଙ୍କ ସଂଖ୍ୟା ବଢ଼ାଇବା ପାଇଁ ସରକାର ଲଗାତାର ପ୍ରୟାସ କରୁଛନ୍ତି। ଅଧିକରୁ ଅଧିକ ଲୋକଙ୍କୁ କର ଅଧୀନକୁ ଆଣିବା ପାଇଁ ପ୍ରୟାସ ଜାରି ରହିଛି। କିନ୍ତୁ ବର୍ତ୍ତମାନ ଦେଶରେ ଯେଉଁ ଟ୍ୟାକ୍ସ ମାମଲା ବାକି ରହିଛି ତାହା ସରକାରଙ୍କ ସହ କୋର୍ଟ ପାଇଁ ଅସୁବିଧାର କାରଣ ହୋଇରହିଛି। ଏହି ସମସ୍ୟାକୁ ଧ୍ୟାନରେ ରଖି ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା ସପ୍ତାହରୁ କେବଳ ଟ୍ୟାକ୍ସ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିବେ। ଏହି ସ୍ପେଶାଲ ଟିମ୍ ସପ୍ତାହରେ ଦୁଇ ଦିନ ବୁଧବାର ଏବଂ ଶୁକ୍ରବାର କେବଳ ଟ୍ୟାକ୍ସ ମାମଲାର ଶୁଣାଣି କରିବେ। ଭାରତର ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଟ୍ୟାକ୍‌ସ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରୁ ସ୍ବତନ୍ତ୍ର ବେଞ୍ଚ ହେବ।

ବରିଷ୍ଠ ଆଡଭୋକେଟ୍ ଅଭିଷେକ ଏ ରସ୍ତୋଗୀଙ୍କ ଅନୁଯାୟୀ ଲଗାତାର ଭାବରେ ପେଣ୍ଡିଂ ଟ୍ୟାକ୍ସ ମାମଲା ଲଗାତାର ବଢ଼ୁଛି। ସରକାର ଟ୍ୟାକ୍ସ ସିଷ୍ଟମରେ ପାରଦର୍ଶିତା ଚାହୁଛନ୍ତି। ଏଥିପାଇଁ ପେଣ୍ଡିଂ ରହିଥିବା ମାମଲାକୁ ଯଥାଶୀଘ୍ର ସମାଧାନ କରିବ ଦରକାର। ଏହାଦ୍ବାରା କରାଦାତାଙ୍କ ସଂଖ୍ୟା ବଢ଼ିବାରେ ସାହାଯ୍ୟ ହେବ। ଏହା ସହ ଯେଉଁମାନଙ୍କର ଟ୍ୟାକ୍ସ ମାମଲା ଲମ୍ବା ସମୟରୁ ପେଣ୍ଡିଂ ରହିଛି ତାହାର ସମାଧାନ ହୋଇପାରିବ।

ସୁପ୍ରିମକୋର୍ଟ ତରଫରୁ ଗଠିତ ଏହି ସ୍ବତନ୍ତ୍ର ବେଞ୍ଚ ସପ୍ତାହକୁ କେବଳ ଦୁଇ ଦିନ ବୁଧବାର ଏବଂ ଶୁକ୍ରବାର କାମ କରିବ। ଏହି ଦୁଇ ଦିନରେ ସ୍ବତନ୍ତ୍ର ବେଞ୍ଚ୍‌ କେବଳ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟ୍ୟାକ୍ସ ସମ୍ବନ୍ଧୀୟ ମାମଲାର ସମାଧାନ କାମ କରିବେ। ପ୍ରକୃତରେ ଦେଶରେ ଏଭଳି ଅନେକ ଟ୍ୟାକ୍ସ ମାମଲା ପେଣ୍ଡିଂ ରହିଛି ଯାହାର ସିଧାସଳଖ ପ୍ରଭାବ ଦେଶର ବିକାଶ ଏବଂ ସାଧାରଣ ଜନତା ଉପରେ ପଡ଼ିଥାଏ। ଏହି ନିଷ୍ପତ୍ତି ପରେ ଆଶା କରାଯାଉଛି ଯେ ଏହି ମାମଲାର ଶୁଣାଣି ଖୁବ୍‌ଶୀଘ୍ର ହୋଇପାରିବ। ଏନେଇ ଖୁବ୍‌ଶୀଘ୍ର ରୋଷ୍ଟର ଜାରିହେବା ନେଇ କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ