ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଜିଏସ୍‌ଟି ଆଇନ ପ୍ରଣୟନରେ କେନ୍ଦ୍ର, ରାଜ୍ୟର ସମାନ କ୍ଷମତା

ନୂଆଦିଲ୍ଲୀ : ଜିଏସ୍‌ଟି ପରିଷଦର କ୍ଷମତା ପରିସର ସଂପର୍କରେ ସୁପ୍ରିମକୋର୍ଟ ଗୁରୁବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ପରିଷଦର ରାୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗୁଡ଼ିକ ପାଇଁ ବାଧ୍ୟତାମୂଳକ ନୁହେଁ। ଏହାକୁ ସେମାନେ କେବଳ ବିଚାର ପାଇଁ ଗ୍ରହଣ କରିପାରିବେ। ସେହିଭଳି ଜିଏସ୍‌ଟି ସଂପର୍କରେ ଆଇନ ପ୍ରଣୟନ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ଗୁଡ଼ିକର ସମାନ କ୍ଷମତା ରହିଛି। ଜିଏସ୍‌ଟିରେ ଉଭୟ କେନ୍ଦ୍ର ଓ ରାଜ୍ୟର ସମାନ କ୍ଷମତା ରହିଛି। ସୁପ୍ରିମକୋର୍ଟ ଉପରୋକ୍ତ ରାୟ ଦେବାସହିତ ଏକ ମାମଲାରେ ଗୁଜରାଟ ହାଇକୋର୍ଟ କେନ୍ଦ୍ରୀୟ ବିଜ୍ଞପ୍ତି ରଦ୍ଦ କରିବା ନେଇ ଦେଇଥିବା ରାୟକୁ କାଏମ୍‌ ରଖିଛନ୍ତି। ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ‌ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।

ଗୋଟିଏ କମ୍ପାନିର ଆଇଜିଏସ୍‌ଟି ମାମଲାରେ ଜାରି ରହିଥିବା କେନ୍ଦ୍ରୀୟ ବିଜ୍ଞପ୍ତିକୁ ଗୁଜରାଟ ହାଇକୋର୍ଟ ଖାରଜ କରିଦେଇଥିଲେ। ଏହା ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ ହୋଇଥିଲା। ସୁପ୍ରିମ କୋର୍ଟ ଆଜି ଗୁଜରାଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିବା ସହିତ ଜିଏସ୍‌ଟି ପରିଷଦ ମିଳିମିଶି କାର୍ଯ୍ୟ କରିବା ଲାଗି ଗୁରୁତ୍ବାରୋପ କରିଛନ୍ତି। ଏଥିସହିତ, ସୁପ୍ରିମ କୋର୍ଟ ଉକ୍ତ ମାମଲାରେ ସଂଘୀୟ ବ୍ୟବସ୍ଥା ଉପରେ ମଧ୍ୟ ଆଲୋକପାତ କରିଛନ୍ତି। ଭାରତର ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସବୁ ସମୟରେ ଆଲୋଚନା ମାଧ୍ୟମରେ କାର୍ଯ୍ୟ କରିଥା’ନ୍ତି। ଜିଏସ୍‌ଟି ପରିଷଦର ସୁପାରିସ ସହଯୋଗମୂଳକ ଆଲୋଚନାର ଫଳ। ଏହାର ଅର୍ଥ ନୁହେଁ ଯେ, କୌଣସି ସଂଘୀୟ ୟୁନିଟର ସବୁବେଳେ ଅଧିକ ଭାଗ ରହିବ ବୋଲି ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି।

ସାଇରିଲ ଅମରଚାନ୍ଦ ମଙ୍ଗଳଦାସର ପାର୍ଟନର ଆଣ୍ଡ୍ ହେଡ୍ (ଟିକସ) ଏସ୍‌ଆର୍‌ ପଟ୍ଟନାୟକ କହିଛନ୍ତି, ସୁପ୍ରିମକୋର୍ଟର ରାୟରୁ ଏହା ସ୍ପଷ୍ଟ ହୋଇଛି ଯେ ଜିଏସ୍‌ଟି ପରିଷଦ ଏକ ଅନୌପଚାରିକ ସଂସ୍ଥା। ଏହି ପରିଷଦ ଦେଉଥିବା ମତାମତକୁ ଗ୍ରହଣ କରାଯାଇପାରେ। କିନ୍ତୁ ଆଇନ ପ୍ରଣୟନ କରିବା କ୍ଷମତା କ୍ଷମତା ସଂସଦ ଏବଂ ବିଧାନସଭା ନିକଟରେ ରହିଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ଅତୀତର ରାୟଗୁଡ଼ିକର ପୁନଃନିର୍ଣ୍ଣୟ କରିବ କି ନାହିଁ ତାହା ଆଗାମୀ ଦିନରେ ଜଣାପଡ଼ିବ। ଯଦି କିଛି ରାୟର ପୁନଃନିର୍ଣ୍ଣୟ କରାଯାଏ ତା’ହେଲେ ମହାମାରୀରୁ ଉଠିଥିବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ପାଇଁ ଏହା ସମସ୍ୟା ସୃଷ୍ଟି କରିବ ବୋଲି ଡେଲଏଟ୍ ଇଣ୍ଡିଆ (ପରୋକ୍ଷ କର)ର ପାର୍ଟନର ଏମ୍‌ଏସ୍‌ ମଣି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଜିଏସ୍‌ଟି ପରିଷଦ ଜିଏସ୍‌ଟି ସଂକ୍ରାନ୍ତରେ ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ପରିଷଦରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନେ ସଦସ୍ୟ ରହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ