ରାଜ୍ୟ

ସୁନ୍ଦରଗଡ଼ରେ ‘ରୋଡ୍‌ ସୋ’: ଆର୍‌ଏସ୍‌ଏସ୍‌ର ଘୃଣା ଓ କଂଗ୍ରେସର ପ୍ରେମ ବିଚାରଧାରା ମଧ୍ୟରେ ଲଢ଼େଇ

ସୁନ୍ଦରଗଡ଼: ବୁଧବାର ଅପରାହ୍ନ ୪ଟା ୩୦ ମିନିଟ୍‌ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତଯୋଡ଼ୋ ନ୍ୟାୟଯାତ୍ରା ସୁନ୍ଦରଗଡ଼ରେ ପହଞ୍ଚିଥିଲା। ସେଠାରେ ଏକ ଖୋଲା ଜିପ୍‌ରେ ରାଣୀବଗିଚାରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ରୋଡ୍‌’ସୋ କରିଥିଲେ। ସୂଚନା ଅନୁସାରେ, ରାହୁଲ ରାଉରକେଲାରୁ ଆସି ଦିନ ସାଢ଼େ ୧୧ଟାରେ ରାଜଗାଙ୍ଗପୁରରେ ପହଞ୍ଚିଥିଲେ। ଆଦିବାସୀଙ୍କ ମାଦଳ ବାଜାର ତାଳେତାଳେ ତାଙ୍କୁ ହଜାରହଜାର କଂଗ୍ରେସ କର୍ମୀ ଓ ସାଧାରଣଜନତା ସ୍ବାଗତ କରିଥିଲେ। ସେ ଏଠାରେ ମଧ୍ୟାହ୍ନ ଭୋଜନ କରି ସାମାନ୍ୟ ବିଶ୍ରାମ ପରେ ରାଣୀବନ୍ଧ ଛକରେ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସଭା ପରେ ଜାମପାଲି, କୁନମୁରୁ ଛକ, କୁତ୍ରା, ବଡ଼ଗାଁ ଦେଇ ସୁନ୍ଦରଗଡ଼ ଆସିଥିଲେ। ଏସବୁ ସ୍ଥାନରେ ତାଙ୍କୁ ଶହଶହ ଲୋକ ସ୍ବାଗତ ଜଣାଇଥିଲେ।

ରାହୁଲଙ୍କୁ ଦେଖିବା ଓ ତାଙ୍କ ଭାଷଣ ଶୁଣିବାକୁ ସୁନ୍ଦରଗଡ଼ ସହର ଜନସମୁଦ୍ର ପାଲଟି ଯାଇଥିଲା। ୩ କିଲୋମିଟର ରାସ୍ତାରେ ହଜାର ହଜାର ଲୋକ ବେଶ୍‌ ଉତ୍ସାହର ସହ ଛିଡ଼ାହୋଇ ରାହୁଲଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ। ହସ୍ପିଟାଲ ଛକରେ ସମବେତ ଜନତାଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ ରାହୁଲ ମୋଦୀ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ, ‘ଭାରତ ପ୍ରେମର ଦେଶ, ଘୃଣାର ନୁହେଁ। ଦେଶ‌ରେ ଯେଉଁ ଘୃଣା, ହିଂସାର ବାତାବରଣ ସୃଷ୍ଟି କରାଯାଉଛି, ତା’ ବିରୋଧରେ ବାର୍ତ୍ତା ଦେବାକୁ ଆମେ ଆସିଛୁ। ଏବେ ଭାରତରେ ବିଜେପି ଆରଏସ୍‌ଏସ୍‌ର ଘୃଣାର ବିଚାର ଓ କଂଗ୍ରେସର ପ୍ରେମର ବିଚାରଧାରା ମଧ୍ୟରେ ଲଢ଼େଇ ଚାଲିଛି। ଗରିବ, କୃଷକ, ଶ୍ରମିକ, ମହିଳାଙ୍କ ପ୍ରତି ଅନ୍ୟାୟ କରାଯାଉଛି। ତାକୁ ବିରୋଧ କରି ଓ ଦେଶ‌ରେ ଏକ ସକାରାତ୍ମକ ବାତାବରଣ ତିଆରି କରିବାକୁ ଆମେ ଭାରତଯୋଡ଼ ନ୍ୟାୟ ଯାତ୍ରା ଚଳାଇଛୁ।’

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।