କଳା ଓ ସଂସ୍କୃତି ଧର୍ମ

ସୁନା ଜଳେନି, ହେଲେ ରାବଣର ସ୍ୱର୍ଣ୍ଣଲଙ୍କା ଜଳିଯିବା ପରେ କ’ଣ ହେଲା ସେ ସବୁ ସୁନା,ଆସନ୍ତୁ ଜାଣିବା

ଏକଥା ସମସ୍ତଙ୍କୁ ଜଣା, ଯେ ହନୁମାନ ରାବଣର ସ୍ୱର୍ଣ୍ଣଲଙ୍କାକୁ ଜାଳିପୋଡି ଭସ୍ମ କରିଦେଇଥିଲେ। ଏହାର ପ୍ରମାଣ ଆଜିର ଦିନରେ ବି ମିଳେ। ହେଲେ ସୁନାତ ନିଆଁରେ ଜଳେନି, ଏଣୁ ପୋଡି ପାଉଁଶ ହୋଇଯାଇଥିବା ଲଙ୍କାର ସୁନା ସବୁ କୁଆଡେ ଗଲା ତାହା ହିଁ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବେଦ ବିଜ୍ଞାନ ମଣ୍ଡଳ ପୁଣେର ଗବେଷକ ଡା.ବର୍ତ୍ତକ ବାଲ୍ମିକୀ ରାମାୟଣରେ ବର୍ଣ୍ଣିତ ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥିତି ଓ ବର୍ତ୍ତମାନ ସେହି ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥିତିକୁ ଗଣନା କରି ରାମାୟଣ ଯୁଗର ସଠିକ ଆକଳନ କରିଥିଲେ। ଆଜିଠାରୁ ପ୍ରାୟ ୯ହଜାର ୩୩୬ ବର୍ଷ ପୂର୍ବେ ରାମଚନ୍ଦ୍ର ଓ ରାବଣ ମଧ୍ୟରେ ସଂଘର୍ଷ ହୋଇଥିଲା।

ସ୍ୱର୍ଣ୍ଣଲଙ୍କା ଜଳିବାର କିଛି ଦିନ ଅନ୍ତରାଳରେ ରାବଣ ସବଂଶେ ନିହତ ହୋଇଥିଲା। ଏଣୁ ବିଭିଷଣଙ୍କୁ ଲଙ୍କାର ରାଜା କରାଯାଇଥିଲା। ତେବେ ରାବଣର ଲଙ୍କାନିର୍ମାଣରେ ବ୍ୟବହୃତ ହୋଇଥିବାସୁନା ସବୁ କଣ ହେଲା ତାର ବିବରଣୀ କିନ୍ତୁ ପରବର୍ତ୍ତି ସମୟରେ ମିଳି ନାହିଁ। ହେଲେ କୁହାଯାଏ ରାବଣ ଯୁଦ୍ଧରେ ନିହତ ହେବା ପରେ ସ୍ୱର୍ଣ୍ଣରେ ନିର୍ମିତ ହୋଇଥିବା ତାର ବିଳାଶମୟ ପ୍ରାସଦ ସବୁ ପୋଡି ଧ୍ୱଂସସ୍ତୁପ ହୋଇଯାଇଥିଲା। ତେବେ ସେବୁ ସୁନାକୁ ମର୍ଯ୍ୟଦାପୁରୁଷୋତ୍ତମ ଶ୍ରୀରାମ ଲଙ୍କାର ନାଗରିକଙ୍କ ମଧ୍ୟରେ ବିତରଣ କରିଦେଇଥିଲେ। ଏଣୁ ରାବଣଙ୍କ ସମୟର ସ୍ୱର୍ଣ୍ଣଲଙ୍କା ତାଙ୍କ ପରେ ବି ବିଭିଷଣଙ୍କ ଶାସନରେ ବେଶ ସମ୍ଭ୍ରାନ୍ତ ଥିଲା।

ସେତେବେଳେ ସୁନାର ଏତେ ପ୍ରଚଳନ ଥିଲା ଯେ ଦେଶରେ ସ୍ୱର୍ଣ୍ଣମୁଦ୍ରାପ୍ରଚଳିତ ହେଉଥିଲା। ଲୋକେ ସ୍ୱର୍ଣ୍ଣପାତ୍ରରେ ଖାଦ୍ୟ ଖାଉଥିଲେ। ତଥାପି ବି ଏତେ ସୁନା ବଳକା ହେବା କଥା ଯାହା ଏବେ ଶ୍ରୀଲଙ୍କାକୁ ଏକ ସମୃଦ୍ଧ ଦ୍ୱୀପରାଷ୍ଟ୍ରରେ ରୂପାନ୍ତରିତ କରିପାରିଥାନ୍ତା। ହେଲେ କଣ ହେଲା ସେ ସବୁ ସ୍ୱର୍ଣ୍ଣ। ଭାରତ ଭଳି ଶ୍ରୀଲଙ୍କ ମଧ୍ୟ ଅନେକବାର ବିଦେଶୀ ଆକ୍ରମଣର ଶିକାର ହୋଇଥିଲା। ପ୍ରତିଥର ଆକ୍ରମଣରେ ଆକ୍ରମଣକାରୀମାନେ ଲୁଟି ନେଇଥିଲେ ଦେଶର ସମସ୍ତ ସମୃଦ୍ଧି। ଏଣୁ ଭାରତ ଭଳି ସମୃଦ୍ଧ ଥିବା ଶ୍ରୀଲଙ୍କା ବି ସମୟ ଅନୁସାରେ ତଳିତଳାନ୍ତ ହୋଇଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ