ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସୁନକଙ୍କ ସ୍ଥିତି ଭଲ ନାହିଁ!

ଯାହା ଜଣାପଡ଼ୁଛି, ଆଜି ଭୋଟ୍ ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ(@RishiSunak)ଙ୍କ ସରକାର କ୍ଷମତାକୁ ଫେରିବା ଆଶା କ୍ଷୀଣ। ଟ୍ବିଟର୍‌ରେ ନୂଆବର୍ଷ ପାଇଁ ସୁନକଙ୍କ ଭିଡିଓ ବାର୍ତ୍ତାକୁ ନେଇ ଲୋକେ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁନକ ଉକ୍ତ ବାର୍ତ୍ତାରେ କହିଛନ୍ତି, ‘‘୨୦୨୨ ବର୍ଷଟି ବହୁତ କଠିନ ଥିଲା। ମହାମାରୀ ବିପର୍ଯ୍ୟୟର ପ୍ରଭାବ ସାଙ୍ଗକୁ ୟୁକ୍ରେନ ଯୁଦ୍ଧ ବିଶ୍ବ ଅର୍ଥନୀତିକୁ ପଛକୁ ଟାଣିନେଲା। ୨୦୨୩ ବର୍ଷଟି ଆହ୍ବାନଭରା ହେଲେ ମଧ୍ୟ ମୁଁ ଦେଶବାସୀଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେବି।’’ ଅଧିକାଂଶ ଉତ୍ତରଦାତା କିନ୍ତୁ ‘ତୁମେ ଆଗ କ୍ଷମତା ଛାଡ଼’ ବୋଲି କହିଛନ୍ତି। ତୁମ ଦଳ ଆମ ଦେଶର ସ୍ବାସ୍ଥ୍ୟସେବାକୁ ନଷ୍ଟ କରିଦେଇଛି, ତେଣୁ କ୍ଷମତାରେ ମୁହୂର୍ତ୍ତେ ମଧ୍ୟ ରହିବାର ନୈତିକ ଅଧିକାର ତୁମର ନାହିଁ ବୋଲି ଅନେକ ଯୁକ୍ତି କରିଛନ୍ତି।

ଯଦି ସତରେ ଲୋକଙ୍କ ଇଚ୍ଛାକୁ ଅଗ୍ରାଧିକାର ଦେଉଛ, ୨୦୨୩ରେ ସାଧାରଣ ନିର୍ବାଚନ କରାଅ ବୋଲି ଆହ୍ବାନ ଦିଆଯାଇଛି। ଦେଶର ଆଉ କେତେ କ୍ଷତି କଲେ ତୁମେ ଲୋକଙ୍କୁ ବୋକା ବନାଇବା ଛାଡ଼ିବ ବୋଲି ସୁନକଙ୍କୁ ପାଲଟା ପ୍ରଶ୍ନ କରାଯାଇଛି। ୯ ଲକ୍ଷ ଲୋକ ସାଧାରଣ ନିର୍ବାଚନ ପାଇଁ ଆନୁଷ୍ଠାନିକ ଭାବେ ଦାବି କରିଥିବା ବେଳେ ତୁମେ ମାତ୍ର ୨୦୦ ସାଂସଦଙ୍କ ସମର୍ଥନରେ ସରକାର କରିଛ। ଆମ ପଇସାରେ ତୁମ ସରକାର ଋଷ ବିରୋଧରେ ଯୁଦ୍ଧ ପାଇଁ ପାଣ୍ଠି ପ୍ରସ୍ତୁତ କରୁଛି। ତୁମ ସରକାର ସାଧାରଣ ଲୋକଙ୍କ ସରକାର ନୁହେଁ, ଏହା ତୁମ ଭଳି ଧନିକ ବର୍ଗର ସରକାର ବୋଲି ସୁନକଙ୍କୁ ତାତ୍ସଲ୍ୟ କରାଯାଇଛି। ଏପରିକି ଦେଶର ବିତ୍ତୀୟ ବ୍ୟବସ୍ଥାରେ ସୁନକ ସରକାର ସର୍ବନିମ୍ନ ସ୍ବଚ୍ଛତା ରଖୁନାହାନ୍ତି ବୋଲି କୁହାଯାଇଛି। ସୁନକଙ୍କ ଉପରେ ଖୁବ୍ ରାଗିଯାଇଥିବା ଜଣେ ବ୍ୟକ୍ତି କହିଛନ୍ତି, ମୋ ଶଯ୍ୟାଶାୟୀ ବୁଢ଼ୀମା ତୁମ ଉଦ୍ଦେଶ୍ୟରେ କେବଳ ଦୁଇଟି ଶବ୍ଦ କହୁଛି, ‘ଇସ୍ତଫା ଦିଅ’।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ