ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବ୍ରହ୍ମପୁର : ଅନିଶ୍ଚିତ ଭବିଷ୍ୟତକୁ ନେଇ ପିଲାଟି ଦିନରୁ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। କେତେବେଳେ କ’ଣ ହେବ କିଛି କହି ହେବ ନାହିଁ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରି ପ୍ରତିମାସରେ ରକ୍ତ ନେବାକୁ ପଡ଼ୁଛି। ରକ୍ତ ନନେଲେ ମୃତ୍ୟୁମୁଖରେ ପଡ଼ିବା ଏକ ପ୍ରକାର ସୁନିଶ୍ଚିତ। ଏଭଳି ଜୀବନ-ମରଣ ଦୋଛକିରେ ରହିଛନ୍ତି ୫୨୧ଜଣ ରୋଗୀ। ଥାଲାସେମିଆ, ସିକିଲ୍ସେଲ୍ ଓ ହେମୋଫିଲିଆ ରୋଗୀରେ ପୀଡ଼ିତ ଏହି ରୋଗୀଙ୍କୁ ରକ୍ତ ହିଁ ବଞ୍ଚାଇ ରଖିଛି। ଏହି ୫୨୧ଜଣ ରୋଗୀ ପ୍ରତିମାସରେ ଏମ୍କେସିଜି ବଡ଼ ଡାକ୍ତରଖାନା ପରିସରରେ ଥିବା ରକ୍ତଭଣ୍ଡାରରୁ ରକ୍ତ ନେଇ ବଞ୍ଚୁଛନ୍ତି। କାରଣ ଏମାନଙ୍କ ଶରୀରରେ ସୃଷ୍ଟି ହେଉଥିବା ରକ୍ତ ଶୀଘ୍ର ନଷ୍ଟ ହୋଇଯାଇଥାଏ। ଏଣୁ ଏଭଳି ରୋଗୀଙ୍କୁ ପ୍ରତିମାସରେ ରକ୍ତର ଆବଶ୍ୟକତା ପଡ଼ିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଏମ୍କେସିଜି ବଡ଼ ଡାକ୍ତରଖାନା ପରିସରରେ ଥିବା ରକ୍ତଭଣ୍ଡାରରୁ ରୋଗୀଙ୍କୁ ମାଗଣାରେ ରକ୍ତ ଦିଆଯାଉଛି। ରୋଗୀ ସମ୍ପର୍କୀୟଙ୍କୁ ରକ୍ତଦାନ କରି ରକ୍ତ ନେବାକୁ ଅନୁରୋଧ କରାଯାଇଥାଏ। ଯେଉଁ ରୋଗୀ ରକ୍ତଦାତା ଯୋଗାଡ଼ କରି ନପାରନ୍ତି ସେମାନଙ୍କୁ ମଧ୍ୟ ରକ୍ତ ଦିଆଯାଇଥାଏ। ଏହା ସହିତ ଥାଲାସେମିଆ, ସିକିଲ୍ସେଲ୍ ଓ ହେମୋଫିଲିଆ ରୋଗୀ ମଧ୍ୟ ପ୍ରତି ମାସରେ ରକ୍ତଭଣ୍ଡାରରୁ ରକ୍ତ ନେଇଥାନ୍ତି। ରକ୍ତଭଣ୍ଡାରରେ ଏଭଳି ୫୨୧ଜଣ ରୋଗୀ ପଞ୍ଜୀକୃତ ହୋଇଥିବା ରକ୍ତଭଣ୍ଡାର ସୂତ୍ରରୁ ସୂଚନା ମିଳିଛି। ତନ୍ମଧ୍ୟରେ ୨୬୬ଜଣ ଥାଲାସେମିଆ ରୋଗୀ ରହିଥିବା ବେଳେ ୨୩୭ଜଣ ସିକଲ୍ସେଲ୍ ରୋଗୀ ଓ ୧୮ଜଣ ହିମୋଫିଲିଆ ରୋଗୀ ରହିଛନ୍ତି। ଗତ ନଭେମ୍ବର ମାସରେ ନୂତନ ଭାବେ ୨୮ଜଣ ଏଭଳି ରୋଗୀଙ୍କୁ ପଞ୍ଜୀକରଣ କରାଯାଇଛି। ପ୍ରତିମାସରେ କିଛି ପୁରୁଣା ରୋଗୀ ତାଲିକାରୁ ବାଦ୍ ପଡ଼ୁଥିବା ବେଳେ ନୂଆ ରୋଗୀ ଯୋଡ଼ି ହେଉଛନ୍ତି। ଏମ୍କେସିଜି ବଡ଼ ଡାକ୍ତରଖାନାରେ ଥିବା ରକ୍ତଭଣ୍ଡାରରୁ ଜଣେ ରୋଗୀ ମାସକରେ ୨/୩ ୟୁନିଟ୍ ରକ୍ତ ନେଉଥିବା ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ଡା. ସୁସ୍ମିତା ବେହେରା ସୂଚନା ଦେଇଛନ୍ତି। ପ୍ରତିବର୍ଷ ଏଭଳି ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଏମାନଙ୍କ ଶରୀରରେ ରକ୍ତ ଶୀଘ୍ର ନଷ୍ଟ ହୋଇଯାଇଥାଏ। ଏଣୁ ସେମାନଙ୍କୁ ରକ୍ତ ଦିଆଯାଇଥାଏ ବୋଲି ଡା. ସୁସ୍ମିତା କହିଛନ୍ତି।
ଏମ୍କେସିଜି ବଡ଼ ଡାକ୍ତରଖାନା ଶିଶୁ ରୋଗ ବିଭାଗ ପ୍ରଫେସର ଡା. ନରେନ୍ଦ୍ର ବେହେରା କହନ୍ତି, ଥାଲାସେମିଆ, ସିକିଲ୍ସେଲ୍ ଓ ହେମୋଫିଲିଆ ରୋଗୀଙ୍କ ଶରୀରରେ ଆବଶ୍ୟକ ଅନୁସାରେ ରକ୍ତ ତିଆରି ହୋଇ ନଥାଏ। ଯେଉଁ ରକ୍ତ ତିଆରି ହୁଏ ତାହା ଶୀଘ୍ର ନଷ୍ଟ ହୋଇଯାଏ। ୬ମାସ ପରେ ଥାଲାସେମିଆ ଓ ୨ବର୍ଷ ପରେ ସିକଲ୍ସେଲ୍ ରୋଗ ଚିହ୍ନଟ ହୋଇଥାଏ। ଜିନ୍ରେ ସମସ୍ୟା ଯୋଗୁଁ ଶିଶୁମାନେ ଏଭଳି ରୋଗର ଶିକାର ହୋଇଥାନ୍ତି। ଏଭଳି ଶିଶୁଙ୍କ ଚିକିତ୍ସା ପାଇଁ ଏମ୍କେସିଜି ବଡ଼ ଡାକ୍ତରଖାନା ଶିଶୁ ବିଭାଗରେ ସ୍ବତନ୍ତ୍ର ୱାର୍ଡ଼ କରାଯାଇଛି। ସେଠାରେ ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଥିବା ପ୍ରଫେସର ଡା. ବେହେରା କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l