ରାଜ୍ୟ ସ୍ପେଶାଲ ରିପୋର୍ଟ

‘ସୀମାକୁ ସୁରକ୍ଷା ଦେବାରେ ବିଫଳ’ ରାଜ୍ୟ ସରକାରଙ୍କୁ କଟାକ୍ଷ କଲେ ତାରା

କୋରାପୁଟ: ଆନ୍ଧ୍ର ସହ ସୀମା ବିବାଦ ଏବଂ ବାରମ୍ବାର ଅନୁପ୍ରବେଶକୁ ନେଇ ମୁହଁ ଖୋଲିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିବା ସହ ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ସୀମା ସୁରକ୍ଷାରେ ବିଫଳ ବୋଲି ଅଭିଯୋଗ କରିଛନ୍ତି। ତେଣୁ ଆଗାମୀ ବିଧାନସଭା ମୌସୁମୀ ଅଧିବେଶନରେ ଏହି ପ୍ରସଙ୍ଗରେ ପ୍ରଶ୍ନ କରିବେ ବୋଲି ସୂଚନା ଦେଇଛନ୍ତି।

ପୂର୍ବରୁ ପଟାଙ୍ଗି ବ୍ଲକ୍‌ର କୋଟିଆରେ ଆନ୍ଧ୍ର ଅନୁପ୍ରବେଶ କରି ନିଜ ରାଜ୍ୟର ଯୋଜନା ଲାଗୁ କରିସାରିଛି। ସେହିପରି ସମ୍ବାଇ ଏବଂ ସୁନାବେଡ଼ା ବନାଞ୍ଚଳରେ ଜଙ୍ଗଲ ଜମିକୁ କେନ୍ଦ୍ର କରି ବିବାଦ ବଢ଼ିବାରେ ଲାଗିଛି। ନନ୍ଦପୁର ବ୍ଲକ୍‌ର ରାଇପାହାଡରେ ବିବାଦ ବଢ଼ାଇବା ପରେ ସମାଧାନ ପାଇଁ ଆନ୍ଧ୍ର ଆଦୌ ସହଯୋଗ କରୁନି। ସଦ୍ୟତମ ଘଟଣାରେ ଲମତାପୁଟ ବ୍ଲକ୍‌ର ଜଲାପୁଟ ଅଞ୍ଚଳରେ ଓଡ଼ିଶା ଫଳକକୁ ଆନ୍ଧ୍ର ଅଧିକାରୀ ଭାଙ୍ଗିଛନ୍ତି। ଆନ୍ଧ୍ରର ଏଭଳି ଆଭିମୁଖ୍ୟକୁ ଆଦୌ ବରଦାସ୍ତ କରାଯିବନି ବୋଲି ଆଜି ଜୟପୁର ବିଧାୟକ ଶ୍ରୀ ବାହିନୀପତି କହିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାର ସୀମାକୁ ସୁରକ୍ଷା ଦେବାରେ ସରକାର ସଂପୂର୍ଣ୍ଣ ବିଫଳ। କୋରାପୁଟ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରର ଅନୁପ୍ରବେଶ ଜାରି ରହିଛି, ଏବେ ଫଳକ ଓପାଡ଼ିଲେଣି। ଆଗକୁ କୋରାପୁଟ ଛାତି ଉପରେ ଆସି ଛିଡ଼ା ହେବେ। ଓଡ଼ିଶା ସରକାର ସବୁ ନିରବ। ତେଣୁ ଦିନକୁ ଦିନ ସୀମା ବିବାଦ ଜଟିଳ ହେବାରେ ଲାଗିଛି। ଅଥଚ ମୁଖ୍ୟମନ୍ତ୍ରୀ ସିଧାସଳଖ ହସ୍ତକ୍ଷେପ କରୁନାହାନ୍ତି। ପୂର୍ବରୁ ବହୁବାର ବିଧାନସଭାରେ ସୀମା ବିବାଦ ପ୍ରସଙ୍ଗ ଉଠାଇ ସାରିଛି। ତଥାପି ରାଜ୍ୟ ସରକାର ଗୁରୁତ୍ବ ଦେଉନାହାନ୍ତି। ତେଣୁ ଆଗାମୀ ଅଧିବେଶନରେ ପୁଣି ପ୍ରସଙ୍ଗ ଉଠାଇବେ ଏବଂ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିବେ ବୋଲି ଶ୍ରୀ ବାହିନୀପତି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।