ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ସି-ପ୍ଲେନ୍ ସେବା ପାଇଁ ଆଉ ୧୪ଟି ୱାଟର୍ ବେସ୍ ନିର୍ମାଣ କରିବେ ସରକାର

ନୂଆଦିଲ୍ଲୀ ୦୧/୧୧ : ସରକାର ସାରା ଦେଶରେ ସି-ପ୍ଲେନ୍ ସେବା ପାଇଁ ଆଉ ୧୪ଟି ୱାଟର ବେସ ତିଆରି କରିବାକୁ ଯୋଜନା କରୁଛନ୍ତି। ଅକ୍ଟୋବର ୩୧ ତାରିଖ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟ କେବଡିୟାରେ ଷ୍ଟାଚ୍ୟୁ ଅଫ୍ ୟୂନିଟି ଏବଂ ଅହମଦାବାଦ ସାବରମତୀ ରିଭରଫ୍ରଣ୍ଟ ମଧ୍ୟରେ ସି-ପ୍ଲେନ୍ ସେବା ଉଦଘାଟନ କରିଛନ୍ତି।

ପରିବହନ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ସରକାର ଆଞ୍ଚଳିକ ଏୟାର କନେକ୍ଟିଭିଟି ଫ୍ଲାଇଟ୍ ସ୍କିମ୍ ଅନୁଯାୟୀ ସମଗ୍ର ଦେଶରେ ଏହିପରି ୧୪ ଟି ୱାଟର ବେସ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଭାରତର ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣକୁ ହାଇଡ୍ରୋଗ୍ରାଫିକ୍ ସର୍ଭେ କରିବାକୁ କହିଛନ୍ତି। ଏହାସହ ଯାତ୍ରୀଙ୍କ ଯାତାୟାତ ପାଇଁ ମଧ୍ୟ ସୁବିଧା ଓ ବିମାନ ପାଇଁ ଜେଟୀ ବିକଶିତ କରିବାକୁ ସାହାଯ୍ୟ କରିବାକୁ କହିଛନ୍ତି।

ପରିବହନ ମନ୍ତ୍ରୀ ମାନସୁଖ ମାଣ୍ଡାଭିଆନ୍ ଗତ ସପ୍ତାହରେ କହିଥିଲେ ଯେ ଗୁଜୁରାଟରେ ସି-ପ୍ଲେନ୍ ସେବା ଆରମ୍ଭ କରିବା ପରେ ଗୁଆହାଟି, ଉତ୍ତରପ୍ରଦେଶ ଏବଂ ଆଣ୍ଡାମାନ-ନିକୋବରରେ ଏହାର ନିୟମିତ ସେବା ଆରମ୍ଭ କରାଯିବ।

ସରକାରଙ୍କ ଏହି ଯୋଜନାରେ ଲକ୍ଷ୍ମୀଦୀପ, ଆଣ୍ଡାମାନ ଏବଂ ନିକୋବର, ଆସାମ, ମହାରାଷ୍ଟ୍ର ଏବଂ ଉତ୍ତରାଖଣ୍ଡରେ ଏହି ସେବା ଉପକୃତ ହେବ ବୋଲି ଆଶା କରାଯାଉଛି।

ସର୍ଦ୍ଦାର ଭାଲାଭଭାଇ ପଟେଲଙ୍କ ୧୪୫ତମ ଜନ୍ମ ଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଭଡିୟା ସାବରମତୀ ଏରୋଡ୍ରୋମ ଏବଂ ସି-ପ୍ଲେନ୍ ସେବା ଆରମ୍ଭ କରିଥିଲେ। ଏହି ସେବା ଗୁଜରାଟର ଦୁଇଟି ବଡ ପ୍ରକଳ୍ପ ସହ ସଂଯୋଜିତ ହେବ। ଏହି ସେବା ଜରିଆରେ ଅହମଦାବାଦ ଓ କେଭଡିୟାରେ ସାବରମତୀ ରିଭରଫ୍ରଣ୍ଟର ୨୦୦ କିମି ଦୂରତା କମ ସମୟରେ ଯାଇହେବ। ସଡକ ମାର୍ଗରେ ଏହି ଦୂରତାରେ ଯାତ୍ରା କରିବାକୁ ୪ ଘଣ୍ଟା ସମୟ ଲାଗୁଥିଲା। କିନ୍ତୁ ବର୍ତ୍ତମାନ ମାତ୍ରା ୪୦ ମିନିଟ୍ ସମୟ ଲାଗିବ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ