ଦେଶ ବିଦେଶ ମନୋରଞ୍ଜନ

ସିସିବି କାର୍ଯ୍ୟାଳୟରେ ହାଜର ହେଲେ ଅଭିନେତ୍ରୀ ରାଧିକା, ଜାଣନ୍ତୁ ସେ କାହିଁକି ଅଛନ୍ତି ଚର୍ଚ୍ଚାରେ ?

ନୂଆଦିଲ୍ଲୀ ୦୮/୦୧: କେନ୍ଦ୍ରୀୟ ଅପରାଧ ଶାଖା (ସିସିବି)ରେ ହାଜର ହେଲେ ଅଭିନେତ୍ରୀ ରାଧିକା କୁମାରସ୍ବାମୀ। ଶୁକ୍ରବାର ସକାଳ ୧୧ରେ ସେ ସିସିବି କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣାପଡ଼ିଛି। ଟଙ୍କା ଲେଣଦେଣ ମାମଲାରେ ସିସିବି ରାଧିକାଙ୍କୁ ସମନ ଜାରି କରିଥିଲା।

କନ୍ନଡ ଅଭିନେତ୍ରୀ ଯୁବରାଜ ଓରଫ ସ୍ବାମୀଙ୍କ ପାଖରୁ ଟଙ୍କା ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା। ୫୨ ବର୍ଷୀୟ ଯୁବରାଜ ନାଗରଭାବିର ବାସିନ୍ଦା ଯାହାଙ୍କୁ ସିସିବି ଗିରଫ କରିସାରିଛି। ବହୁ ଚାକିରୀ ଆଶାୟୀ, ରାଜ ନେତାଙ୍କୁ ଚୂନା ଲଗାଇ ଟଙ୍କା ହଡ଼ପ କରୁଥିଲେ ସ୍ବାମୀ। ସ୍ବାମୀଙ୍କ ପାଖରୁ ରାଧିକା ଟଙ୍କା ନେଉଥିବା ମଧ୍ୟ ଅଭିଯୋଗ ରହିଛି।

ଯୁବରାଜଙ୍କ ପାଖରୁ ରାଧିକା ଲକ୍ଷାଧିକ ଟଙ୍କା ନେଇଥିବା ସିସିବି ଅଧିକାରୀ ଜାଣିବାକୁ ପାଇଥିଲେ। ତେବେ ଯୁବରାଜଙ୍କ ପାଖରୁ ଟଙ୍କା ନେଉଥିବା ଅଭିଯୋଗରେ ରାଧିକାଙ୍କ ଭାଇ ରବିରାଜଙ୍କୁ ବି ସିସିବି ଜେରା କରିଛି ।ରାଧିକାଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ସେ ସମ୍ବାଦିକ ସମ୍ମଳନୀ କରି ସଫେଇ ଦେଇଥିଲେ। ତେବେ ଫିଲ୍ମରେ ଅଭିନୟ କରିବା ପାଇଁ ଯୁବରାଜଙ୍କ ଆକାଉଣ୍ଟରୁ ୧୫ ଲକ୍ଷ ଓ ଅନ୍ୟ ଜଣଙ୍କ ଆକାଉଣ୍ଟରୁ ୬୦ ଲକ୍ଷ ଟଙ୍କା ପାଇଥିଲେ ବୋଲି କହିଥିଲେ ରାଧିକା।

ଯୁବରାଜ ବାପାଙ୍କ ବନ୍ଧୁ ଓ ତାଙ୍କ ସହ ୧୭ ବର୍ଷ ହେଲା ସମ୍ପର୍କ ଅଛି ବୋଲି ବି ରାଧିକା କହିଥିଲେ। ତେବେ ରାଧିକା ହାଜର ହେବା ପରେ ତାଙ୍କ ବୟାନ ରେକର୍ଡ କରାଯିବାକୁ ଅଛି। ସିସିବିର ଏହି ଟିମ୍‌ରେ ମୁଖ୍ୟ ଅଛନ୍ତି ଏସିପି ନାଗରାଜ। ଯୁବରାଜଙ୍କ ଫୋନ୍‌ କଲ ସାଙ୍ଗକୁ ମୋଟା ଅଙ୍କର ଟଙ୍କା ଲେଣ ଦେଣକୁ ନେଇ ରାଧିକାଙ୍କ ବୟାନ ରେକର୍ଡ କରିବ ସିସିବି।

ତେବେ ଆଜି ୧୦.୩୦ ସମୟରେ ସିସବି କାର୍ଯ୍ୟାଳୟ ଅଭିମୁଖେ ବାହାରିଥିବା ବେଳେ ମିଡିଆ ସାମ୍ନାରେ କିଛି କହିବାକୁ ମନା କରିଥିଲେ ଅଭିନେତ୍ରୀ। କିନ୍ତୁ ସେ ଗଲା ବେଳେ ତାଙ୍କ ହାତରେ ବିଭିନ୍ନ ଡକ୍ୟୁମେଣ୍ଟ ଥିବା ଦେଖିବାକୁ ମିଳିଥିଲା ବୋଲି ଡେକାନ୍‌ ହେରାଲ୍ଡରେ ପ୍ରକାଶିକ ଏକ ଖବରରୁ ଜଣାପଡ଼ିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ