ଅପରାଧ ରାଜ୍ୟ

ସିସିଟିଭିରେ ଧରାପଡିଲେ ପାଣି ପାଇପ ଚୋର, ବନ୍ଧାହେଲେ ୩ ଅଭିଯୁକ୍ତ

ମାହାଙ୍ଗା ୨୮/୦୯: ମାହାଙ୍ଗା ଥାନା ଭଦ୍ରେଶ୍ୱର୍ ଫାଣ୍ଡି ନାହଂଗ ପଞ୍ଚାୟତରୁ ରବିବାର ବିଳମ୍ବିତ ରାତିରେ ପାଣି ପାଇପ୍ ଚୋରି ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଭଦ୍ରେଶ୍ୱର୍ ଫାଣ୍ଡି ଅଧିକାରୀ ପ୍ରିତିରଞ୍ଜନ ରାୟ ଅଞ୍ଚଳର ବିଭିନ୍ନ ସିସିଟିଭି କ୍ୟାମେରାକୁ ଯାଞ୍ଚ କରିଥିଲେ ।

ଯାଞ୍ଚରୁ ଜଣାପଡ଼ିଲା ପିକ୍ ଅପ୍ ଭ୍ୟାନରେ ଏହି ପାଇପ୍ ଚୋରା ଚାଲାଣ ହୋଇଛି । ଯାହାକୁ ନେଇ ଗାଡି ମାଲିକଙ୍କ ଘରେ ପୋଲିସ ପହଞ୍ଚି ବାରୁ ସବୁ ସତ ପଦାକୁ ଆସିଥିଲା । ଚୋରି ହୋଇଥିବା ପାଇପ୍ ସାଲେପୁର ସ୍ଥିତ ବାଲିଆ ନିକଟରୁ ଜବତ କରିବା ସହ ଘଟଣାରେ ସଂପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମାହାଙ୍ଗା ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।