ରାଜ୍ୟ

ସିଲି ପଏଣ୍ଟ୍‌: ମାତା-ପିତାଙ୍କୁ କୃତଜ୍ଞତା ଜଣାଇଲେ ଜୁରେଲ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ର ନୂଆ ନାୟକ ଭାବେ ଉଭା ହୋଇଥିବା ଯୁବ ୱିକେଟ୍‌ରକ୍ଷକ ଧ୍ରୁବ ଜୁରେଲ ଆବେଗପୂର୍ଣ୍ଣ ଲେଖା ଲେଖି ମାତା-ପିତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ୍ ଶୃଙ୍ଖଳାରେ ପ୍ରଥମଥର ଭାରତୀୟ ଦଳରେ ସାମିଲ ହୋଇ ରାଜକୋଟ ଟେଷ୍ଟ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିବା ପରେ ବହୁ ପୂର୍ବତନ କ୍ରିକେଟର୍‌ ତାଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି। ଏପରିକି ଜୁରେଲଙ୍କ ପାଖରେ ମହାନ ଅଧିନାୟକ ଓ ୱିକେଟ୍‌ରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ଝଲକ ଦେଖିବାକୁ ମିଳୁଛି ବୋଲି କହିଥିଲେ। ଏଭଳି ପ୍ରଶଂସା ଓ ସଫଳତାର ଶ୍ରେୟ ଜୁରେଲ ନିଜ ମାତା-ପିତାଙ୍କୁ ଦେଇଛନ୍ତି। ସେମାନଙ୍କୁ ନିଜ କ୍ରିକେଟିଂ ଯାତ୍ରାର ସ୍ତମ୍ଭ ଭାବେ ବର୍ଣ୍ଣନା କରି ‘ଏକ୍ସ’ ପୃଷ୍ଠାରେ ଜୁରେଲ ଲେଖିଛନ୍ତି, ମୁଁ ଆପଣମାନଙ୍କୁ କଥା ଦେଉଛି, ଏହା କେବଳ ଆରମ୍ଭ ମାତ୍ର। ମମ୍ମି, ପାପ୍ପା ଆପଣମାନେ ମୋ ଦୁନିଆ। ଆଗକୁ ଆହୁରି ବହୁତ କାମ କରିବାର ଅଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।