ଡମାସକସ : ସିରିୟାରେ ରୁଷ୍ ଆକାଶ ମାର୍ଗରୁ ଆକ୍ରମଣ କରିଛି। ଏହାଦ୍ବାରା ୧୩ ଜଣଙ୍କର ମୃତ୍ୟୁ ହୋଇଛି। ବିଦ୍ରୋହୀଙ୍କ କବଳରେ ଥିବା ଇଦଲିବ ଅଞ୍ଚଳର ଏକ ପରିବା ଏବଂ ଫଳ ମାର୍କେଟରେ ଉକ୍ତ ଆକ୍ରମଣ ଦେଖିବାକୁ ମିଳିଛି। ମୃତକଙ୍କ ମଧ୍ୟରେ ୨ ଶିଶୁଙ୍କ ସମେତ ୯ ଜଣ ବେସାମରିକ ବ୍ୟକ୍ତି ଅଛନ୍ତି।
ଚଳିତବର୍ଷ ସିରିୟାରେ ରୁଷ୍ର ଏହା ଭୟଙ୍କର ଆକ୍ରମଣ। ରୁଷ୍ ପକ୍ଷରୁ ଘନ ଘନ ଆକ୍ରମଣ ହୋଇଥିଲା ବୋଲି ଏଥିରୁ ବର୍ତ୍ତି ଯାଇଥିବା ଜଣେ ଶ୍ରମିକ କହିଛନ୍ତି। ଆକ୍ରମଣ ସମୟରେ ସେ ଗାଡ଼ିରୁ ଟମୋଟୋ ତଳକୁ କାଢ଼ୁଥିବା କହିଛନ୍ତି। ଆକ୍ରମଣ ପରେ ଆକାଶକୁ ପ୍ରବଳ କଳାଧୂଆଁ ଉଠିଥିଲା। ଆମ୍ବୁଲାନ୍ସରେ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା