ଅପରାଧ ରାଜ୍ୟ

ସିମ୍ କାର୍ଡ ଜାଲିଆତିର ପର୍ଦ୍ଦାଫାସ୍ : ନଗଦ ଟଙ୍କା ସହ ବିପୁଳ ପରିମାଣର ସିମ୍ ଜବତ, ୩ ଗିରଫ

କଟକ ୦୧।୦୫: ରାଜ୍ୟରେ ଚାଲିଥିବା ଏକ ମୋବାଇଲ ସିମ କାର୍ଡ ଜାଲିଆତି ମାମଲାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ। ଏହି ମାମଲାରେ କ୍ରାଇମବ୍ରାଞ୍ଚ ବିପୁଳ ପରିମାଣର ସିମ କାର୍ଡକୁ ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ADG ସଂଜୀବ ପଣ୍ଡା ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୋବାଇଲ ସିମ କାର୍ଡ ଜାଲିଆତି ନେଇ କ୍ରାଇମବ୍ରାଞ୍ଚ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ସେହି ସୂଚନାକୁ ଆଧାର କରି ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ । ଏହି ଚଢାଉରେ ୧୯ ହଜାର ୬୪୧ଟି ପ୍ରିଆକ୍ଟିଭେଟ୍‌ ସୀମ୍‌ କାର୍ଡ ସହ ୪୮ଟି ମୋବାଇଲ ଜବତ ହୋଇଛି । ଏହାସହିତ ଘଟଣାରେ ଗିରଫ ହୋଇଥିବା ୩ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୧୪ ଲକ୍ଷ ୩୨ ହଜାର ମଧ୍ୟ ଜବତ ହୋଇଛି ।

ଢେଙ୍କାନାଳରୁ ୩ଜଣଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ହେଲେ ଶାଇ ପ୍ରକାଶ ଦାସ,ଅବିନାଶ ନାୟକ ଓ ଦୁଷ୍ମନ୍ତ ସାହୁ ବୋଲି ଜଣାପଡିଛି । ଅଧିକ ପଚରା ଉଚାର ଲାଗି ତିନିଜଣଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ଏମାନଙ୍କ ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି । ସେନେଇ ମଧ୍ୟ ଖୋଲତାଡ଼ କରି କ୍ରାଇମବ୍ରାଞ୍ଚ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।