ଦେଶ ବିଦେଶ ମନୋରଞ୍ଜନ

ସିନେମା ହଲ ବନ୍ଦ: ରବିବାର ଟିଭି ପରଦାରେ ଦର୍ଶକ ଦେଖି ପାରିବେ ୩ଟି ନୂଆ ଫିଲ୍ମ

ଭୁବନେଶ୍ୱର୨୭/ ୧୨: ସିନେମା ହଲ ଖୋଲିବ କି ନାହିଁ, ଏ ସଂପର୍କରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ତେଣୁ ଯେଉଁ ଫିଲ୍ମର ସୁଟିଂ ସରିଛି, ରିଲିଜ ଅପେକ୍ଷା ରହିଛି। ତେଣୁ ବାଧ୍ୟ ହୋଇ ଟେଲିଭିଜନରେ ରିଲିଜ କରିବେ ବୋଲି ପ୍ରଯାଜନକ ଏବଂ ନିର୍ଦ୍ଦେଶକ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ବହୁଦିନ ଅପେକ୍ଷା କଲା ପରେ ଆଜି ୱାର୍ଲ୍ଡ ଟେଲିଭିଜନ ପ୍ରିମିୟରରେ ୩ଟି ସିନେମା ମୁକ୍ତିଲାଭ କରୁଛି। ୩ଟି ଭିନ୍ନ ଭିନ୍ନ ଚ୍ୟାନେଲରେ ଏହି ସିନେମାଗୁଡ଼ିକ ରିଲିଜ୍‌ ହେଉଛି ।

ତିନୋଟି ସିନେମା ଭିତରୁ ରୋମାଣ୍ଟିକ ଫିଲ୍ମ ‘ଟିକେ ଲଭ୍‌ ଟିକେ ଟ୍ୱିଷ୍ଟ’ ବହୁ ଆଗରୁ ନିର୍ମାଣ ହୋଇ ରହିଥିଲା । ଏହାର ଲିଡ୍‌ରେ ଅଭିନେତା ସମ୍ବିତ ଓ ଅଭିନେତ୍ରୀ ପୁନମ ଅଭିନୟ କରିଛନ୍ତି । ପରଦାରେ ଦୁହିଁଙ୍କ ଯୋଡ଼ି ଖୁବ୍‌ ଜମିଛି । ଅନ୍ୟାନ୍ୟ ଭୂମିକାର ସମରେଶ, ମିହିର ଦାସ, ପ୍ରିୟଙ୍କା, ଚୌଧୁରୀ ଜୟପ୍ରକାଶ ଦାସ ଅଭିନୟ କରିଛନ୍ତି । ଅଭିନେତା ସମରେଶ ରାଉତରାୟ ନିବେଦିତ ଏହି ସିନେମାର ସଂଳାପ ଡ. ରଜନୀ ରଞ୍ଜନ ଲେଖିଥିଲା ବେଳେ ସଙ୍ଗୀତ ଦେଇଛନ୍ତି ପ୍ରେମ୍‌ ଆନନ୍ଦ । କ୍ୟାମେରା ପରିଚାଳନା କରିଛନ୍ତି ଆର୍‌ ଭଗତ ସିଂ ଏବଂ ଏଡିଟିଂ କରିଛନ୍ତି ମାନସ କୁମାର ସାହୁ । ନିର୍ଦ୍ଦେଶନା ଦେଇଛନ୍ତି ଏସ୍‌କେ ମୁରଲିଧରନ୍‌ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ