ଅପରାଧ ଦେଶ ବିଦେଶ

ସିଦ୍ଧୁ ମୁସେୱାଲା ହତ୍ୟା ମାମଲା: ତଦନ୍ତ ପାଇଁ ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌

ନୂଆଦିଲ୍ଲୀ: ଗାୟକରୁ ରାଜନେତା ହୋଇଥିବା ସିଦ୍ଧୁ ମୁସେୱାଲାଙ୍କ ବାପା ବାଲକୌର୍‌ ସିଂହ ଲେଖିଥିବା ଚିଠି ପ୍ରତି ସମ୍ମତି ଜଣାଇ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ହତ୍ୟା ଘଟଣାର ନ୍ୟାୟିକ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି।

ମୁସେୱାଲାଙ୍କ ହତ୍ୟା ଘଟଣାର ତଦନ୍ତ ‘ସିବିଆଇ’, ‘ଏନ୍‌ଆଇଏ’ ଅଥବା ‘ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ କାର୍ଯ୍ୟରତ ବିଚାରପତି’ଙ୍କ ଦ୍ବାରା କରାଇବା ଲାଗି ଅନୁରୋଧ କରି ବାଲକୌର୍‌ ସିଂହ ଚିଠି ଲେଖିଛନ୍ତି।

ସେହିପରି, ମୁସେୱାଲାଙ୍କ ସୁରକ୍ଷା ବ୍ୟବସ୍ଥା କାଣ୍ଟଛାଣ୍ଟ କରାଯିବା ନିଷ୍ପତ୍ତି ଉପରେ ମଧ୍ୟ ସରକାର ତଦନ୍ତ କରିବେ ବୋଲି ମୁଖ୍ୟମନ୍ତ୍ରୀ ମାନ୍‌ କହିଛନ୍ତି। ମୁସେଓ୍‌ବାଲାଙ୍କୁ ହତ୍ୟା କରାଯିବା ଘଟଣାର ତଦନ୍ତ ନିମନ୍ତେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରାଯାଇଛି।

ମୁଖ୍ୟମନ୍ତ୍ରୀ ମାନ୍‌ କହିଛନ୍ତି, ଅପରାଧୀମାନେ ନିସ୍ତାର ପାଇବେ ନାହିଁ। ଏହି ତଦନ୍ତରେ ପଞ୍ଜାବ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ।

ଏହାଛଡ଼ା, ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକଟି ‘ଏଏନ୍‌-୯୪ ରୁଷୀୟ ଆସଲଟ୍‌ ରାଇଫଲ୍‌’(୧୯୯୪ ମଡେଲ୍‌ ଆଭ୍‌ତୋମାତ୍‌ ନିକୋନୋଭା) ବୋଲି କେତେକ ସୂତ୍ର ଦାବି କରୁଛନ୍ତି। ଘଟଣାସ୍ଥଳରୁ ଅନ୍ୟୂନ ୩ଟି ଏକେ-୯୪ ରାଇଫଲ୍‌ ଗୁଳି ମଧ୍ୟ ଉଦ୍ଧାର କରାଯାଇଥିବା ରିପୋର୍ଟ ମିଳିଛି। ତାଙ୍କ ଗାଡ଼ି ଉପରକୁ ଅନ୍ୟୂନ ୩୦ଟି ଗୁଳି ମରାଯାଇଥିବା କଥା ପୁଲିସ କହିଛି।

ପଞ୍ଜାବ ପୁଲିସର ଅନ୍ୟତମ ଶୀର୍ଷ ଅଧିକାରୀ ଭି.କେ. ଭୱରା କହିଛନ୍ତି, ଅନ୍ୟୂନ ତିନୋଟି ପୃଥକ୍‌ ଅସ୍ତ୍ରରୁ ଗୁଳି ଫୁଟା ଯାଇଥିଲା।

ସିଦ୍ଧୁଙ୍କ ହତ୍ୟା ଘଟଣା ପାଇଁ କାନଡାର ଗ୍ୟାଙ୍ଗ୍‌ଷ୍ଟର୍‌ ଗୋଲ୍‌ଡି ବ୍ରାର୍‌ ଦାୟୀ ବୋଲି ଦାବି କରିଛନ୍ତି। କିନ୍ତୁ, ପୁଲିସ ୮ ନମ୍ବର ତିହାର ଜେଲ୍‌ରେ ଥିବା ଲରେନ୍‌ସ୍‌ ବିସ୍ନୋଇଙ୍କୁ ରିମାଣ୍ଡରେ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏହି ହତ୍ୟାକାଣ୍ଡ ସଂକ୍ରାନ୍ତରେ ତାଙ୍କୁ ଜେରା କରାଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ