ଖେଳ

ସିଙ୍ଗାପୁର ଓପନ୍‌ ବାତିଲ; ଅଲିମ୍ପିକ୍ସରୁ ବଞ୍ଚିତ ହେବେ ସାଇନା, ଶ୍ରୀକାନ୍ତ

ହାଇଦ୍ରାବାଦ: କରୋନା ମହାମାରୀକୁ ନଜରରେ ରଖି ବୁଧବାର ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତାର ଶେଷ ବ୍ୟଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ସିଙ୍ଗାପୁର ଓପନ୍‌ ବାତିଲ ହୋଇଛି। ଫଳରେ ଏହି ପ୍ରତିଯୋଗିତାରୁ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟ ରଖିଥିବା ଦୁଇ ଭାରତୀୟ ତାରକା ସାଇନା ନେହୱାଲ ଏବଂ କିଦାମ୍ବି ଶ୍ରୀକାନ୍ତଙ୍କ ଆଶା ମଉଳିଯାଇଛି। ଏହି ପ୍ରତିଯୋଗିତା ପୂର୍ବରୁ ମଧ୍ୟ ଏହି ଦୁଇ ପୂର୍ବତନ ଶୀର୍ଷ ମାନ୍ୟତା ଖେଳାଳିଙ୍କ ଅଲିମ୍ପିକ୍ସ ଯୋଗ୍ୟତା ଭାଗ୍ୟ ଝୁଲି ରହିଥିଲା। ଏବେ ସିଙ୍ଗାପୁର ଓପନ୍‌ ବାତିଲ ହୋଇଯିବାରୁ ‌ଉଭୟ ସାଇନା ଓ ଶ୍ରୀକାନ୍ତ ଟୋକିଓ ଅଲିମ୍ପିକ୍ସରୁ ବଞ୍ଚିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ୨୦୦୮ ବେଜିଂ ଅଲିମ୍ପିକ୍ସଠୁ ସେ ଏହି ବହୁଦେଶୀୟ ପ୍ରତିଯୋଗିତାରେ ଭାଗନେଇ ଆସୁଥିଲେ। ହେଲେ ଏବେ ପ୍ରଥମ ଥର ଲାଗି ତାଙ୍କୁ ଏହି ପ୍ରତିଯୋଗିତାରେ ଦେଖିବାକୁ ମିଳିବ ନାହିଁ।

‘‘ସିଙ୍ଗାପୁର ଓପନ୍‌ ଜୁନ୍‌ ୧ରୁ ୬ ତାରିଖ ପର୍ଯ୍ୟନ୍ତ ଜୈବ ସୁରକ୍ଷିତ ବଳୟରେ କରିବାକୁ ଆୟୋଜକ ଏବଂ ବିଡବ୍ଲ୍ୟୁଏଫ୍‌ ସବୁ ପ୍ରୟାସ କରିଥିଲେ। କିନ୍ତୁ ବିଭିନ୍ନ ଦେଶରୁ ଖେଳାଳି ଏଠାକୁ ଆସିବାର ଥିବାରୁ ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ବାତିଲ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଏହି ପ୍ରତିଯୋଗିତା ପୁନର୍ବାର ଖେଳାଯିବନି। ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ନେଇ ଆଗକୁ ସୂଚନା ଦିଆଯିବ’’ ବୋଲି ବିଡବ୍ଲ୍ୟୁଏଫ୍‌ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏହିି ସୂଚନା ଦୁଇ ଭାରତୀୟଙ୍କ ମନରେ ଅଲିମ୍ପିକ୍ସ ଖେଳିବା ନେଇ ସମ୍ୟକ ଆଶା ସଞ୍ଚାର କରିଛି। କିନ୍ତୁ ଅଲମ୍ପିକ୍ସ ଜୁଲାଇ-ଅଗଷ୍ଟରେ ହେବାକୁ ଥିବାରୁ ଯୋଗ୍ୟତା ଅର୍ଜନ ପ୍ରତିଯୋଗିତା ଆୟୋଜନ କରିବା ସମ୍ଭବ ନୁହେଁ। ତେଣୁ ଏମାନଙ୍କ ଟୋକିଓ ଅଲିମ୍ପିକ୍ସ ଖେଳିବା ଆଶା କ୍ଷୀଣ ରହିଛି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ