ଖେଳ ଦେଶ ବିଦେଶ

ସିଏସକେ କ୍ୟାମ୍ପରେ ଶୁଭ୍ରାଂଶୁ, ଫଟୋ ସେୟାର କଲା ଟିମ୍

ଭୁବନେଶ୍ୱର,୧୦/୦୩: ଓଡ଼ିଶା ରଣଜୀ ଦଳ ଅଧିନାୟକ ଶୁଭ୍ରାଂଶୁ ସେନାପତି ବୁଧବାର ଚେନ୍ନାଇ ସୁପର କିଙ୍ଗ୍‌ସ ଶିବିରରେ ଯୋଗ ଦେଇଛନ୍ତି। ସୁପର କିଙ୍ଗ୍‌ସ ପକ୍ଷରୁ ଅଫିସିଆଲ୍‌ ଟ୍ୱିଟର ପୃଷ୍ଠାରେ ଶୁଭ୍ରାଂଶୁଙ୍କ ଆଗମନର ଏକ ଫଟୋ ଛାଡ଼ି ଏବିଷୟ ସୂଚନା ଦିଆଯାଇଛି । ସୁରଟ ଠାରେ ସୁପର କିଙ୍ଗ୍‌ସ ଦଳର ଶିବିର ଜାରି ରହିଛି ।

ଗତ ଆଇପିଏଲ୍‌ ମେଗା ଖେଳାଳି ନିଲାମରେ ସୁପର କିଙ୍ଗ୍‌ସ ୨୦ ଲକ୍ଷ ଟଙ୍କାରେ ଶୁଭ୍ରାଂଶୁଙ୍କ କିଣିଥିଲା । ଚଳିତ ରଣଜୀ ଟ୍ରଫିରେ ଶୁଭ୍ରାଂଶୁ ଓଡ଼ିଶା ଦଳର ନେତୃତ୍ୱ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ଅଧିନରେ ଦଳ ଗୋଟିଏ ଡ୍ର’ ଏବଂ ୨ଟି ପରାଜୟ ସହ ମୋଟ ୩ପଏଣ୍ଟ ପାଇ କ୍ୱାର୍ଟର ଫାଇନାଲ୍‌ ଦୌଡ଼ରୁ ବାଦ ପଡ଼ିଥିଲା । ଶୁଭ୍ରାଂଶୁ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ