ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସିଆଲଦାହ-ଅଜମେର ଏକ୍ସପ୍ରେସରେ ଅଗ୍ନିକାଣ୍ଡ

କୋଲକାତା: ସିଆଲଦାହ-ଅଜମେର ଏକ୍ସପ୍ରେସ ଟ୍ରେନ୍‌ରେ ଆଜି ଅଗ୍ନିକାଣ୍ଡ ହୋଇଛି। ସର୍ଟ ସର୍କିଟ୍‌ ଯୋଗୁ ଟ୍ରେନ୍‌ରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗର ସିଆଲଦାହରୁ ରାଜସ୍ଥାନର ଅଜମେରକୁ ଯାତ୍ରା କରୁଥିବା ଏହି ଟ୍ରେନ୍‌ରେ ଆଜି ଅପରାହ୍ନ ୧.୨୦ ସମୟରେ ଉତ୍ତର ପ୍ରଦେଶର କୌସମ୍ଭୀ ନିକଟରେ ଟ୍ରେନ୍‌ର ଗୋଟିଏ ବଗିରେ ନିଆଁ ଲାଗି ଯାଇଥିଲା।

ଯାତ୍ରୀମାନେ ଚେନ୍‌ ଟାଣି ଟ୍ରେନ୍‌ ଅଟକାଇବା ପରେ ଏଥିରୁ ଓହ୍ଲାଇ ଯାଇଥିଲେ। କିଛି ଯାତ୍ରୀ ମଧ୍ୟ ଝରକା ଦେଇ ଡେଇଁ ପଡ଼ିଥିଲେ। ଭରୱାଡ଼ି ‌ଷ୍ଟେସନ ସୁପରିନ‌ଟେଣ୍ଡେଣ୍ଟ୍‌ ଡିଏନ ଯାଦବ କହିଛନ୍ତି, ୧୨୯୮୭ ସିଆଲଦାହ-ଅଜମେର ଏକ୍ସପ୍ରେସ ଟ୍ରେନ୍‌ ଆଜି ଷ୍ଟେସନ୍‌ରେ ଅଟକିଥିଲା। ଟ୍ରେନ୍‌ ବଗିରୁ ନିଆଁ ଲିଭାଇବା ପାଇଁ ଅଧଘଣ୍ଟା ଲାଗିଥିଲା। ଅପରାହ୍ନ ୨ଟାରେ ଟ୍ରେନ୍‌ ପୁଣିଥରେ ଯାତ୍ରା ଆରମ୍ଭ କରିଥିଲା। ଅଗ୍ନିକାଣ୍ଡ ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ