ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଉପରୁ ଆଇନଗତ କଟକଣା ଉଠିବା ପରେ ଏବେ ସାହିତ୍ୟିକ ମହଲରେ ଆଶାର ସଞ୍ଚାର ହୋଇଛି। ଦୀର୍ଘ ଦିନ ହେବ ଅଟକି ରହିଥିବା ପୁରସ୍କାର ପ୍ରକ୍ରିୟା ପୁଣି ତ୍ବରାନ୍ବିତ ହୋଇଛି। ଆଜି ବିଭିନ୍ନ ସମ୍ବାଦପତ୍ରରେ ଏକାଡେମି ପକ୍ଷରୁ ଏଥିପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ ୨୦୧୭ରୁ ୨୦୨୩ ମସିହା ପାଇଁ ପୁସ୍ତକ ଆହ୍ବାନ କରାଯାଇଛି। ପୁରସ୍କାର ନିମେନ୍ତ ପାଠକ, ଲେଖକ ଓ ପ୍ରକାଶକମାନେ ଓଡ଼ିଆ ଭାଷାରେ ପ୍ରକାଶିତ ୧୧ଟି ବିଭାଗ ପାଇଁ ପ୍ରଥମ ସଂସ୍କରଣ ପୁସ୍ତକଗୁଡ଼ିକ ପ୍ରସ୍ତାବ କରିପାରିବେ। ତେବେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ପୁସ୍ତକ ଓ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ପୁସ୍ତକ ଏବଂ ଆଇଏସ୍ବିଏନ୍ ନମ୍ବର ଲିପିବଦ୍ଧ ହୋଇନଥିବା ପୁସ୍ତକ ‘ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର’ ପାଇଁ ଯୋଗ୍ୟ ବିବେଚିତ ହେବ ନାହିଁ ବୋଲି ଏକାଡେମି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଏହାକୁ ନେଇ ସାହିତ୍ୟିକ ମହଲରେ ବହୁ ପ୍ରଶ୍ନ ଉଠିଥିବା ବେଳେ ଏହାର ତୁରନ୍ତ ସମାଧାନ ପାଇଁ ଦାବି ଉଠିଛି।
କିଛି ସାହିତ୍ୟିକଙ୍କ ମତ ଅନୁଯାୟୀ, ‘ଜ୍ଞାନପୀଠ ପୁରସ୍କାର’ ଓ ‘ସରସ୍ବତୀ ସମ୍ମାନ’ ଉଭୟ ଦୁଇଟି ଘରୋଇ ସଂସ୍ଥା ଦ୍ବାରା ଦିଆଯାଉଥିବା ଘରୋଇ ସମ୍ମାନ। ‘ଜ୍ଞାନପୀଠ ପୁରସ୍କାର’ ଟାଇମ୍ସ୍ ଅଫ୍ ଇଣ୍ଡିଆ ଗ୍ରୁପ୍ ଦ୍ବାରା ଦିଆଯାଉଥିବା ଏକ ଘରୋଇ ସମ୍ମାନ ହୋଇଥିବା ବେଳେ ‘ସରସ୍ବତୀ ସମ୍ମାନ’ ହିନ୍ଦୁସ୍ଥାନ ଟାଇମ୍ସ୍ ଗ୍ରୁପ୍ ଦ୍ବାରା ପ୍ରଦାନ କରାଯାଉଛି। ଏହି ଦୁଇ ପୁରସ୍କାରର ପୁରସ୍କାର ରାଶି ମଧ୍ୟ ପ୍ରାୟ ସମାନ। ଏଣୁ ଯଦି ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ପୁସ୍ତକକୁ ଏହି ପୁରସ୍କାର ଚୟନ ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି ତେବେ ସରସ୍ବତୀ ସମ୍ମାନପ୍ରାପ୍ତ ପୁସ୍ତକକୁ ବି ବାଦ୍ ଦିଆଯାଉ। ଏକାଡେମିର ଏହି ପୁରୁଣା ପ୍ରଥାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ୁ।
ଅନ୍ୟପଟେ ସବୁଠାରୁ ଆଚମ୍ବିତ କରୁଛି, ଏକାଡେମି ପୁରସ୍କାର ପାଇଁ ଏକ ପୁସ୍ତକ ଉପରେ ଆଇଏସ୍ବିଏନ୍ ନମ୍ବର ବାଧ୍ୟତାମୂଳକ ନିୟମ। ସାହିତ୍ୟିକମାନଙ୍କ କହିବା ଅନୁଯାୟୀ, ଗ୍ରାମୀଣ ଅଞ୍ଚଳରେ ଏମିତି ଶହ ଶହ ଲେଖକ ଅଛନ୍ତି; ଯେଉଁମାନେ କି ଆଇଏସ୍ବିଏନ୍ ନମ୍ବର ଭଳି ଜିନିଷଗୁଡ଼ିକ ସହ ବିଶେଷ ପରିଚିତ ନୁହନ୍ତି। ଅଧିକାଂଶ ଲେଖକ ବହିଟିଏ ବହୁ କଷ୍ଟରେ ନିଜ ଟଙ୍କାରେ ଛାପିଥା’ନ୍ତି। ଏଣୁ ସେମାନଙ୍କ ପକ୍ଷେ ଏତେ ସବୁ କଥା ଜାଣିବା ସହଜ ନୁହେଁ।
ଅନ୍ୟପଟେ କିଛି ପ୍ରକାଶକ ଜାଲି ଆଇଏସ୍ବିଏନ୍ ନମ୍ବର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ବ୍ରିଟିସ୍ କାଉନ୍ସିଲ୍ର ଏକ ସର୍ବେକ୍ଷଣ ଅନୁଯାୟୀ, ଓଡ଼ିଶାର ୧୦୦ ପୁସ୍ତକରୁ ୩୦% ପୁସ୍ତକରେ ଜାଲି ଆଇଏସ୍ବିଏନ୍ ନମ୍ବର ବ୍ୟବହାର ହେଉଛି। ଆଇଏସ୍ବିଏନ୍ ନମ୍ବର ବ୍ୟବହାର କ୍ଷେତ୍ରରେ ପ୍ରକାଶକମାନେ ଲେଖକମାନଙ୍କ ବହୁ ଭାଗରେ ଠକୁଥିବା ଦେଖିବାକୁ ମିଳିଛି। ଯଦି ଆଗକୁ ଜଣାପଡ଼େ ଯେ ପୁରସ୍କୃତ ପୁସ୍ତକଟିରେ ଜାଲି ଆଇଏସ୍ବିଏମ୍ ନମ୍ବର ଉଲ୍ଲେଖ ରହିଛି ତେବେ ଏହି ମାମଲା କୋର୍ଟକୁ ଯିବ ଓ ଲେଖକ ଜଣଙ୍କ ଦୋଷୀ ଭାବେ ପରିଗଣିତ ହେବେ ଏବଂ ଅଯଥାରେ ଅପମାନିତ ହେବେ। ଯାହାକି ବିଲ୍କୁଲ୍ ନ୍ୟାୟସଙ୍ଗତ ନୁହେଁ। ଏଣୁ ଏକାଡେମି ପୁରସ୍କାର ଚୟନ ପ୍ରକ୍ରିୟା ଓ ନିୟମାବଳୀରେ ସାମାନ୍ୟ ପରିବର୍ତ୍ତନ କରାଯିବା ଉଚିତ ବୋଲି ସାହିତ୍ୟିକମାନେ ମତ ରଖିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l