ରାଜ୍ୟ ସ୍ପେଶାଲ ରିପୋର୍ଟ

ସାହିତ୍ୟ ଅକାଦେମିର ସାଧାରଣ ପରିଷଦ ପୁନର୍ଗଠିତ: ଓଡ଼ିଶାରୁ ଅନ୍ତର୍ଯ୍ୟାମୀ, ବିଜୟ ଏବଂ ଗୌରହରି

ଭୁବନେଶ୍ବର : ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ବୈଠକରେ ସାହିତ୍ୟ ଅକାଦେମିର ସାଧାରଣ ପରିଷଦ ପୁନର୍ଗଠିତ ହୋଇଛି। ଏଥିରେ ସମଗ୍ର ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୯୮ ଜଣ ସଦସ୍ୟ ରହିଥିବା ବେଳେ ଓଡ଼ିଶାରୁ ମନୋନୀତ ହୋଇଛନ୍ତି ତିନି ବିଶିଷ୍ଟ ଲେଖକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ପ୍ରଫେସର ବିଜୟ କୁମାର ଶତପଥୀ ଏବଂ ଡକ୍ଟର ଗୌରହରି ଦାସ। ନୂଆ ସାଧାରଣ ପରିଷଦ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟ କରିବ।

ଏହା ପୂର୍ବରୁ ଡକ୍ଟର ଦାସ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ସାଧାରଣ ପରିଷଦ ସଦସ୍ୟ ଏବଂ ପ୍ରଫେସର ଶତପଥୀ ୨୦୧୮ରୁ ୨୦୨୨ ଯା‌ଏଁ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଥିଲେ। ଗତ ସାଧାରଣ ପରିଷଦରେ ଓଡ଼ିଆ ଭାଷାର ପ୍ରତିନିଧିତ୍ବ କରୁଥିଲେ ପ୍ରଫେସର ବିଜୟାନନ୍ଦ ସିଂହ ଏବଂ ବିଶିଷ୍ଟ କବି ଅମରେଶ ପଟ୍ଟନାୟକ। ସେହିପରି ସଂସ୍କୃତରେ ପ୍ରଫେସର ହରେକୃଷ୍ଣ ଶତପଥୀ ଏବଂ ସାନ୍ତାଳୀ ଭାଷାରେ ଚୈତନ୍ୟ ମାଝୀ ଏଥର ସାଧାରଣ ପରିଷଦ ସଦସ୍ୟ ହୋଇଛନ୍ତି। ପୁନର୍ଗଠିତ ସାଧାରଣ ପରିଷଦର ପ୍ରଥମ ବୈଠକ ଆସନ୍ତା ମାର୍ଚ୍ଚ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ବୋଲି ଅକାଦେମିର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ଜଣାଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।