ଧର୍ମ ରାଜ୍ୟ

ସାଲେପୁରରେ ହଠାତ ପହଞ୍ଚିଗଲେ ୮ଟି ଦେଶର ୧୫ରୁ ଉର୍ଦ୍ଧ୍ବ ବିଦେଶୀ, ବିରଳ ଲକ୍ଷ୍ମୀନୃସିଂହ ମୂର୍ତ୍ତିକୁ ଦେଖି ହୋଇଗଲେ ଭାବବିହ୍ବଳ

ସାଲେପୁର ୧୮।୨: କଟକ ଜିଲ୍ଲା ସାଲେପୁର ଅଞ୍ଚଳକୁ ଅଚାନକ ଆସିଲେ ୮ଟି ଦେଶର ବିଦେଶୀ ଭକ୍ତ । ବିଦେଶୀଙ୍କ ମଧ୍ୟରେ ୧୫ରୁ ଉର୍ଦ୍ଧ୍ବ ବିଦେଶୀ ମହିଳା ଓ ପୁରୁଷ ଥିଲେ । ତେବେ ଏତେ ସଂଖ୍ୟକ ବିଦେଶୀଙ୍କୁ ଏକାସଙ୍ଗେ ଦେଖି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଥିଲା । ଏହି ବିଦେଶୀମାନେ ସାଲେପୁର ଅଞ୍ଚଳରେ ପହଞ୍ଚି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ତେବେ ହଠାତ ଏତେ ସଂଖ୍ୟକ ବିଦେଶୀ କାହିଁକି ଏଠାକୁ ଆସିଥିଲେ ତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଯେତିକି ଉତ୍କଣ୍ଠା ଥିଲା ସେତିକି ଭୟ ମଧ୍ୟ ଥିଲା । କାହିଁକି ନା ପୂର୍ବରୁ ଏହି ଅଞ୍ଚଳ ସହ ଆତଙ୍କବାଦୀ ଲିଙ୍କ୍ ରହିଥିଲା । ଆତଙ୍କବାଦୀ କାର୍ଯ୍ୟକଳାପ ସଂପୃକ୍ତି ଅଭିଯୋଗରେ ଅବଦୁର ରେହମାନକୁ ଗିରଫ କରାଯାଇଥିଲା ।

କିନ୍ତୁ ପରେ ଜଣାପଡିଥିଲା ଯେ, ସାଲେପୁର ଲୁଣାହାର ଗାଁରେ ବଡ଼ ପୋଖରୀ ମାଟି ତଳୁ ଉଦ୍ଧାର ହୋଇଥିବା ବିରଳ ଲକ୍ଷ୍ମୀନୃସିଂହଙ୍କ ପ୍ରସ୍ତର ମୃର୍ତ୍ତି ପ୍ରତି ଆକୃଷ୍ଟ ହୋଇଥିଲେ ବିଦେଶୀ ଭକ୍ତ । ଦୁଇ ବର୍ଷ ତଳର ରହସ୍ୟମୟ ବଡ଼ ପୋଖରୀରୁ ବାହାରିଥିବା ଲକ୍ଷ୍ମୀନୃସିଂହ ମୂର୍ତ୍ତିକୁ ନେଇ ଆହୁରି ଉତ୍କଣ୍ଠା ବଢ଼ି ଯାଇଥିଲା ।

ସାଲେପୁର ଲୁଣାହାର ଗାଁର ବଡ ପୋଖରୀରେ ଏବେ ପାଣି ଭରି ରହିଥିବା ବେଳେ ଦଳ ମଧ୍ୟ ଭର୍ତ୍ତି ହୋଇ ରହିଛି । ଦୁଇ ବର୍ଷ ତଳେ ଏହି ପୋଖରୀ ଖନନ ସମୟରେ ମାଟି ତଳୁ ମିଳିଥିଲା ଏକ ମନ୍ଦିରର ଭଗ୍ନାଂବଶେଷ । ଏହାର ବହୁ ପୂର୍ବରୁ ପ୍ରଥମେ ମିଳିଥିଲା ଗାଁର ଏହି ମନ୍ଦିରରେ ପୂଜା ପାଉଥିବା ବିରାଟକାୟ ର୍ଦୁଲ୍ଲଭ ପ୍ରସ୍ତରର ଲକ୍ଷ୍ମୀନୃସିଂହ ମୂର୍ତ୍ତି । ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୮ ଜୁଲାଇ ମାସରେ ଏହି ପୋଖରୀ ପୁନଃ ଖନନ ସମୟରେ ବାହାରିଥିଲା ଆହୁରି ଗଣେଶ ମୂର୍ତ୍ତି ସହ ଅନ୍ୟାନ୍ୟ ପାର୍ଶ୍ବ ଦେବାଦେବୀ ଓ ମନ୍ଦିର ସମ୍ମୁଖ ବିରାଟ ପଥର ଖମ୍ବ ସହ ମନ୍ଦିରର ଭଗ୍ନ ଦଧିନଉତି ।

ଖବର ପ୍ରସାରଣ ପରେ ରାଜ୍ୟ ସଂସ୍କୃତି ବିଭାଗ ଓ ପ୍ରତ୍ନତାତ୍ବିକ ବିଭାଗର ଅଧିକାରୀମାନେ ଆସି ଏହାର ଫଟୋ ଉତ୍ତୋଳନ କରିବା ସହ ଗଙ୍ଗ ବଂଶର ରାଜୁତି ସମୟରେ ଏଠାରେ ବିରାଟ ଲକ୍ଷ୍ମୀ ନୃସିଂହ ମନ୍ଦିର ରହିଥିଲା ଏବଂ ଯାହାକି ବଡ଼ ପୋଖରୀ ତଳେ ପୋତି ହୋଇ ରହିଛି ବୋଲି ସେମାନେ ସୂଚନା ଦେଇଥିଲେ । ତେବେ ପୁରା ପୋଖରୀକୁ ଖନନ କରିବାକୁ କୀର୍ତ୍ତିରାଜିକୁ ଉଦ୍ଧାର କରାଯିବ ବୋଲି ମଧ୍ୟ ପ୍ରକାଶ କରି ଫେରିଥିଲେ । ହେଲେ ଦୁଇ ବର୍ଷ ଭିତରେ ଆଉ ଖନନ ହେଲା ନାହିଁ । କିନ୍ତୁ ବିଦେଶୀ ଭକ୍ତମାନେ ଖବର ଏବେ ସେହି ବିରଳ ମୂର୍ତ୍ତିକୁ ଦେଖି ଭାବବିହ୍ବଳ ହୋଇଯାଇଥିଲେ ।

ବିଦେଶୀ ଭକ୍ତମାନେ ପୁଣି ଥରେ ଆସିବେ ବୋଲି ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେବା ସହ ଏହି ସ୍ଥାନର ବିକାଶ ପାଇଁ ସହଯୋଗର ହାତ ବଢ଼ାଇବେ ବୋଲି ଗାଁ ଲୋକଙ୍କୁ କହିଛନ୍ତି । ଅନ୍ୟପଟେ ଏହି ପୋଖରୀ ଉପରେ ରାଜ୍ୟ ସରକାର ଦୃଷ୍ଟି ଦେଇ ଖନନ କରି ବଡ଼ ପୋଖରୀର ଗୁମରକୁ ଉନ୍ମୋଚନ କରିବାକୁ ଦାବି କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ