ଲାଇଫ୍ ଷ୍ଟାଇଲ

ସାଲାଡ୍‌ ଖାଇବାକୁ ଭଲ ପାଆନ୍ତି ? ଏହି ସବୁ ଦିଗ ଉପରେ ଧ୍ୟାନ ଦେବା ନିହାତି ଜରୁରୀ

ନୂଆଦିଲ୍ଲୀ ୧୪/୦୨: ଭୋଜନ ସମୟରେ ସାଲାଡ୍‌ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ସାଲାଡ୍‌ ଖାଇବା ଦ୍ବାରା ଶରୀରକୁ ପର୍ଯ୍ୟାପ୍ତ ପୋଷକ ମିଳିଥାଏ। ରୋଷେଇ ପରେ କିଛି ଭିଟାମିନ୍‌ ନଷ୍ଟ ହେଉଥିବା ବେଳେ ସାଲାଡ୍‌ ଖାଇଲେ ବିଭିନ୍ନ ଭିଟାମିନ୍‌ ଶରୀରକୁ ମିଳିଥାଏ। ସାଲାଡ୍‌ ଜରିଆରେ ଶରୀରରେ କେବଳ ଭିଟାମିନ୍ସ ନୁହେଁ, ମିନେରାଲ୍ସ ଏବଂ ଫାଇବର ଚାହିଦା ପୂର୍ଣ୍ଣ ହୋଇଥାଏ।

ଯଦିଓ ସାଲାଡ୍‌ ଖାଇବା ଶରୀର ପାଇଁ ଲାଭଦାୟକ ତେବେ ଅନେକ ଲୋକ ଏହା ଖାଇବାର ତରିକା ସମ୍ପର୍କରେ ଜାଣିନାହାନ୍ତି ? ସେଥିପାଇଁ ଅନେକ ଥର ସାଲାଡ୍‌ ଖାଇବା ବି ମହଙ୍ଗା ସାବ୍ୟସ୍ତ ହୋଇଥାଏ। ବିଶେଷ କରି ବର୍ଷାଋତୁରେ ସାଲାଡ୍‌ ଖାଇବାକୁ ନେଇ ବେଶ ସତର୍କ ହେବା ଜରୁରୀ।

ଡାଏଟେସିଆନ୍‌ଙ୍କୁ ଯଦି ଆପଣ ପଚାରିବେ ତେବେ ସେ ଖାଇବା ସହିତ ସାଲାଡ୍‌ ଖାଇବାକୁ ଆଦୌ ପରାମର୍ଶ ଦେବେ ନାହିଁ। ଡାଏଟେସିଆନଙ୍କ ମତରେ ଖାଦ୍ୟ ଖାଇବା ପୂର୍ବରୁ ସାଲାଡ୍‌ ଖାଇବା ଦରକାର। ଖାଦ୍ୟ ଖାଇବାର ଅତିକମରେ ଅଧଘଣ୍ଟା ପୂର୍ବରୁ ସାଲାଡ୍‌ ଖାଇବା ଭଲ। କାରଣ ଏହା ଦ୍ବାରା ଆପଣଙ୍କର ଭୋକ କମ୍‌ ହେବ ଯାହାଦ୍ବାରା ରୁଟି କିମ୍ବା ଭାତ କମ୍‌ ଖାଇବେ। ଏଭଳି ହେଲେ ଶରୀରକୁ କମ୍‌ କାର୍ବୋହାଇଡ୍ରେଟ୍‌ ଯିବ। ଓଜନ କମିବା ସାଙ୍ଗକୁ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍‌, ଫାଇବର, ଭିଟାମିନ୍‌ ଏବଂ ମିନେରାଲ ମିଳିଯିବ।

ବିଶେଷଜ୍ଞଙ୍କ ମତରେ ସାଲାଡ୍‌ରେ ଲୁଣ ପାକାଇବା ଜରୁରୀ ନୁହେଁ। ଯଦି ଲୁଣ ପକାଉଛନ୍ତି ତେବେ କଳା ଲୁଣ କିମ୍ବା ସନ୍ଧୈବ ଲବଣ ପକାନ୍ତୁ। ବର୍ଷା ସମୟରେ ବ୍ୟାକ୍ଟେରିଆ ଅଧିକ ସକ୍ରିୟ ହେଉଥିବା ବେଳେ ଏହି ସମୟରେ ସାଲାଡ୍‌ ପ୍ରତି ଧ୍ୟାନ ଦେବା ଜରୁରୀ। ସାଲାଡ୍‌ ଅଧିକ ସମୟ ଧରି ରଖିବା ଉଚିତ ନୁହେଁ। ରାତି ସମୟରେ ମଧ୍ୟ ସାଲାଡ୍‌ ଖାଇବା ଉଚିତ ନୁହେଁ। ବିଶେଷ କରି ରାତିରେ କାକୁଡ଼ି ଖାଇବା ଜମା ଉଚିତ ନୁହେଁ

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ