ଖେଳ ଦେଶ ବିଦେଶ ରାଜନୀତି ରାଜ୍ୟ ସ୍ପେଶାଲ ରିପୋର୍ଟ

ସାରା ବିଶ୍ବ ଦେଖିବ ସୁନ୍ଦରଗଡ ହକିର ଶକ୍ତି: ସବୁଠୁ ବଡ଼ ଓ ଅତ୍ୟାଧୁନିକ ଷ୍ଟାଡିୟମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ୧୬/୨: ସାରା ବିଶ୍ବ ଦେଖିବ ସୁନ୍ଦରଗଡ଼ ହକିର ଶକ୍ତି । ରାଇରକେଲାରେ ନିର୍ମାଣ ହେବାକୁ ଥିବା ଦେଶର ସବୁଠୁ ବଡ଼ ଓ ଅତ୍ୟାଧୁନିକ ହକି ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ପାଖାପାଖି ୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରେ ପାନୀୟ ଜଳ ପ୍ରକଳ୍ପ ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଦକ୍ଷତା ବିକାଶ, କ୍ରୀଡ଼ା ପର୍ଯ୍ୟନ୍ତ ସମସ୍ତ ଭିତ୍ତିଭୂମିର ବିକାଶ ପରିଲକ୍ଷିତ ହେଉଛି ।

ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ମେଗା ଶୋ’ । ଜିଲ୍ଲାବାସୀଙ୍କୁ ପାଖାପାଖି ୫ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହ ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ନିର୍ମାଣ ହେବାକୁ ଥିବା ଦେଶର ସବୁଠୁ ବଡ଼ ଓ ଅତ୍ୟାଧୁନିକ ହକି ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଉରକେଲା ବିପିୟୁଟି ପରିସରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ବାସୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ଆପଣ ମାନକେ ସବ୍‌କେ ମୋର ଜୁହାର କହି ନିଜ ଅଭିଭାଷଣ ଆରମ୍ଭ କରିଥିଲେ ନବୀନ ।

ଏଥି ସହ ହକିର ଏନ୍ତୁଡ଼ିଶାଳରେ ପହଞ୍ଚି ମୁଁ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି ବୋଲି କହିଥିଲେ । ପୁଣି ବାପାଙ୍କ ସ୍ମୃତିକୁ ମଞ୍ଚରେ ସ୍ମରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଥିଲେ, ରାଉରକେଲା ଆସିଲେ ତାଙ୍କର ବିଜୁବାବୁଙ୍କ କଥା ମନେପଡ଼େ । ଷ୍ଟିଲପ୍ଲାଣ୍ଟ, ଏନଆଇଟି ସବୁ ବିଜୁବାବୁଙ୍କ ସୃଷ୍ଟି । ରାଉରକେଲାରେ ଓଡ଼ିଶାର ଶିଳ୍ପ ବିକାର ମୂଳଦୂଆ ପଡ଼ିଥିଲା । ବିଜୁବାବୁ ଓଡ଼ିଶା ଶିଳ୍ପ ବିକାଶର ମାଧ୍ୟମ ଥିବା ସୁନ୍ଦରଗଡ଼ ସଭାମଞ୍ଚରେ ପ୍ରକାଶ କରିଥିଲେ ନବୀନ । ସେହିଭଳି ରାଉରେକଲାରେ ନିର୍ମାଣ ହେବାକୁ ଯାଉଥିବା ଦେଶର ସର୍ବ ବୃହତ ହକି ଷ୍ଟାଡିୟମକୁ ମହାନ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରିବାକୁ ସଭା ମଞ୍ଚରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ସୁନ୍ଦରଗଡ଼ ଜିଲ୍ଲାକୁ ବିକାଶର ମହାଦୂର୍ଗ କରିବାକୁ ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କ୍ରମରେ ସୁନ୍ଦରଗଡ଼ର ୧୭ଟି ବ୍ଲକରେ ୧୮ଟି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରାଯିବ । ସେହିଭଳି ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପ ପାଇଁ ୧୬୧୧କୋଟି, ଜଳସେଚନ ପାଇଁ ୩୨୦କୋଟି, ସ୍ବାସ୍ଥ୍ୟସେବା ପାଇଁ ୧୧୧କୋଟି, ରାସ୍ତାଘାଟର ବିକାଶ ପାଇଁ ୧୦୬୦କୋଟି, ଶିକ୍ଷା ପାଇଁ ୩୬୬କୋଟି, ପରିମଳ ପାଇଁ ୨୫୦କୋଟି, ଜୀବିକା ବିକାଶ ପାଇଁ ୨୧୬କୋଟି, ସ୍ମାର୍ଟ ସିଟି ରାଉରକେଲା ପାଇଁ ୪୭୧କୋଟି, ବିଦ୍ୟୁତ୍‌ ଶକ୍ତି ଯୋଗାଣ ପାଇଁ ୩୮କୋଟି, ଭିତ୍ତିଭୂମି ଉନ୍ନୟନ ପାଇଁ ୬୭କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୧୩୫କୋଟି, ପରିବେଶ ସୁରକ୍ଷା ପାଇଁ ୧୨କୋଟି, ଦକ୍ଷତା ବିକାଶ ପାଇଁ ୧୪କୋଟି କ୍ରୀଡ଼ା ପାଇଁ ୧୨୦କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ର ବିଭିନ୍ନ ବ୍ଲକରେ ବଡ଼ ବଡ଼ ଏଇଡି ଲଗାଯାଇଥିବା ବେଳେ ରାଉରକେଲାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣକୁ ସିଧାସଳଖ ଦେଖିପାରୁଥିଲେ ସାରା ଜିଲ୍ଲାବାସୀ ।

୨୦୦୦ମସିହାରେ ରାଜ୍ୟର ଯୋଜନା ବଜେଟ ମାତ୍ର ୨୮ଶହ କୋଟି ଟଙ୍କା ଥିବା ବେଳେ ଆଜି କେବଳ ସୁନ୍ଦରଗଡ଼ ଜିଲ୍ଲା ପାଇଁ ୫ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହା ରୂପାନ୍ତରର ନମୂନା ତଥା ବିକାଶର ନମୂନା ବୋଲି କହିବା ସହ ଏହି ଧାରାକୁ ଜାରି ରଖିବା ପାଇଁ ସମସ୍ତଙ୍କ ସହେଯାଗ କାମନା କରିଥିଲେ ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର