ଦେଶ ବିଦେଶ ସ୍ୱାସ୍ଥ୍ୟ

ସାରା ଦେଶରେ ଟିକା ନେଲେ ୧ଲକ୍ଷ ୬୫ ହଜାର, ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ କେହି ଡାକ୍ତରଖାନାରେ ଭର୍ତ୍ତି ହୋଇନାହାନ୍ତି : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶବ୍ୟାପି କରୋନା ଟୀକାକରଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଶେଷ ହେବା ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି କୁହାଯାଇଛି ଯେ ସାରାଦେଶରେ ଆଜି ମୋଟ ୧ ଲକ୍ଷ ୬୫ ହଜାର ୭୧୪ ଜଣ ଟିକା ନେଇଛନ୍ତି । ପ୍ରାୟ ୧୬,୭୫୫ ଜଣ ସ୍ବାସ୍ଥ୍ୟକର୍ମୀ ଟିକା ପ୍ରଦାନ କରିଥିଲେ । ତେବେ ଲକ୍ଷାଧିକ ଲୋକ ଟିକା ନେଇଥିଲେ ମଧ୍ୟ ପାର୍ଶ୍ବପ୍ରତିକ୍ରିୟା ଯୋଗୁଁ କେହି ଡାକ୍ତରଖାନାରେ ଭର୍ତ୍ତି ହୋଇନାହାନ୍ତି ।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସେରମ ଇନଷ୍ଟିଚ୍ୟୁଟ୍ ଦ୍ବାରା ଉତ୍ପାଦିତ ଟିକା କୋଭିସିଲ୍ଡକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଦାନ କରାଯାଇଛି । ମାତ୍ର ଭାରତ ବାୟୋଟେକ ଦ୍ବାରା ଉତ୍ପାଦିତ ଟିକା କୋଭାକ୍ସିନକୁ ୧୨ଟି ରାଜ୍ୟକୁ ପ୍ରଦାନ କରାଯାଇଛି ।

ତେବେ ଆଜି ଟିକାକରଣ ବେଳେ କେତେକ ସମସ୍ୟା ଦେଖାଦେଇଥିଲା ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କୋ-ଓ୍ବିନ ଓ୍ବେବସାଇଟ ଧୀମା ହୋଇଯିବାରୁ ଟିକାନେବାକୁ ପଂଜୀକରଣ କରିଥିବା ହିତାଧିକାରୀଙ୍କ ତାଲିକା ଠିକ ସମୟରେ ଅପଲୋଡ ହୋଇପାରିନଥିଲା । କେତେକ ସ୍ଥ୍ବାସ୍ଥ୍ୟ କର୍ମୀ ଆଜି ଟିକା ନେବା କାର୍ଯ୍ୟସୂଚୀରେ ନଥିଲେ ମଧ୍ୟ ସେମାନେ ଆଜି ଟିକା ନେଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ