ସାରଙ୍ଗଡ ଗ୍ରାମରେ ପାରଦ ୩.୮ଡିଗ୍ରୀ , ତୁଷାର ପାତ ଦେଖିବାକୁ ମିଳୁଛି ।
କନ୍ଧମାଳ- ଓଡ଼ିଶାର କାଶ୍ମୀର କହୁଥିବା କନ୍ଧମାଳ ଜିଲ୍ଲାର ଦାରିଂବାଡ଼ି ରେ ପାରଦ ୪.୫ ଡିଗ୍ରୀ ଥିବାବେଳେ ସାରଙ୍ଗଡ ରେ ପାରଦ ୩.୮ ଡିଗ୍ରୀ ରହିଛି , ଯାହା ଫଳରେ ତୁଷାର ପାତ ଦେଖିବାକୁ ମିଳୁଛି । ଗତ ଦୁଇ ଦିନ ହେଲା ଏହିପରି ଥଣ୍ଡା ଅନୁଭବ କରି ବାକୁ ପଡୁଛି । ଆଜି ସାରଙ୍ଗଡ , ସଲାଗୁଡ଼ା ଏବଂ ବଣ୍ଡ ଗୁଡ଼ା ଗ୍ରାମ ରେ ଧାନ ଖଳା ଏବଂ ବିଲ ମାଳରେ ତୁଷାର ପାତ ଦେଖିବାକୁ ମିଳୁଛି । ବହୁତ ଲୋକ ଯାଇ ଏହି ତୁଷାର ପାତ ଦେଖିବାକୁ ଯାଉଛନ୍ତି ଏବଂ ଜନ ଗହଳି ର ଦୃଶ୍ୟ ଦେଖିବାକୁ ମିଳୁଛି । କେତେକ ଲୋକ ଥଣ୍ଡ।ରୁ ବଞ୍ଚିତ ହେବାପାଇଁ ନିଆଁ ଧୋନି ଜ।ଳି ବସିଥାନ୍ତି ତ କିଛି ଲୋକ ମର୍ଣୀଙ୍ଗ ୱାର୍କ କରୁଥିବାବେଳେ କିଛି ଲୋକ ଖେଳ ପଡ଼ିଆ ଠାରେ ଦୌଡ଼ ଏବଂ ବ୍ୟାମ୍ କରନ୍ତି । କେତେକ ଲୋକ ଚାହା ଦୋକାନ ଯାଇ ଚାହା ପିଇ ଥଣ୍ଡା ଛଡ।ନ୍ତି । ଏଥିରେ ଚାହା ଦୋକାନ ରେ ଜନ ଗହଳି ର ଦେଖିବାକୁ ମିଳୁଛି । ଏହିଭଳି ଗତ ଦଶ ବର୍ଷ ହେଲା ଏହିପରି ଥଣ୍ଡା ଜାଣି ପାରି ନଥିଲୁ କିନ୍ତୁ ଗତ ଦୁଇ ଦିନ ଧରି ଏହିଭଳି ଥଣ୍ଡା ଅନୁଭବ କରିବା ଜଣା ପଡୁଛି । ଏହିପରି ଥଣ୍ଡା ହେଲେ ବୃଦ୍ଧା ଲୋକଙ୍କ ପାଇଁ ବିପଦ ପଡ଼ିବ ବୋଲି ସ୍ଥାନୀୟ ଲୋକ କହୁଥିବା ଜଣା ପଡୁଛି । କନ୍ଧମାଳ ଜିଲ୍ଲା ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ