ଅପରାଧ ରାଜ୍ୟ

ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ହସ୍ତକ୍ଷେପ କଲେ ମହିଳା କମିଶନ: ୧୫ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ହସ୍ତକ୍ଷେପ କଲେ ମହିଳା କମିଶନ। ଟୁଟୁ (ସଞ୍ଜୟ) ନାୟକଙ୍କ ବିରୋଧରେ ନିଜ ଆଡୁ ମାମଲା କରିଛନ୍ତି ମହିଳା କମିଶନ। ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା।

ଏଣେ ବିଜେପି ଓ କଂଗ୍ରେସ ପକ୍ଷରୁ ଏହି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ଦାବି ହୋଇଛି। ପ୍ରଯୋଜକ ସଞ୍ଜୟ ନାୟକ(ଟୁଟୁ)ଙ୍କୁ ପୁଲିସ ତୁରନ୍ତ ଗିରଫ କରୁ। ଏହା ସହ ଟୁଟୁ ନାୟକ ମହିଳା ସାମ୍ବାଦିକାଙ୍କୁ କ୍ଷମା ମାଗନ୍ତୁ। ନ ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।
ଠିକ୍ ସେହିପରି ମହିଳା ସାମ୍ବାଦିକାଙ୍କୁ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଚାପୁଡ଼ା ମାରିବା ଘଟଣାକୁ ନିନ୍ଦା କରିଛି ବିଜେପି ମହିଳା ମୋର୍ଚ୍ଚା। ଏଣେ ପୁଲିସ କାହିଁକି ଟୁଟୁ ନାୟକଙ୍କୁ ଗିରଫ କରୁନାହିଁ। ତୁରନ୍ତ ଟୁଟୁ ନାୟକଙ୍କୁ ଗିରଫ କରାଯାଉ ବୋଲି ଦାବି କଲେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ଵାଳ।

ଏଣେ ସଦ୍ୟତମ ସୂଚନା ଅନୁଯାୟୀ, ଖାରବେଳ ନଗର ଥାନା ପୁଲିସ ଟୁଟୁ ନାୟକଙ୍କୁ ନିଜ ଭୁବନେଶ୍ବର ଘରୁ ଉଠାଇ ଆଣିଛି। ତାଙ୍କୁ ଏବେ ଥାନାରେ ପଚରାଉଚରା କରାଯାଉଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଓଲିଉଡ୍‌ କଳି ନେଇ ଚର୍ଚ୍ଚାରେ ଥିବା ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁଙ୍କ ପିଛା ଛାଡ଼ୁନି ବିବାଦ। ଗତକାଲି ଖବର ସଂଗ୍ରହ ସମୟରେ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିବା ଓ ଦୁର୍ବ୍ୟବହାର କରିବା ଭଳି ସଂଗିନ ଅଭିଯୋଗ ଆସିଛି ତାଙ୍କ ବିରୋଧରେ। ଏନେଇ ଖାରବେଳନଗର ଥାନା ପୁଲିସ କେସ୍‌ ନଂ-୫୫୩ରେ ଦଫା ୩୪୧, ୩୨୩, ୩୫୪ ଓ ୨୯୪ରେ ମାମଲା ରୁଜୁ କରିଛି।

ଅଭିଯୋଗରେ ଦର୍ଶାଯାଇଛି ଯେ,  ଅପରାହ୍‌ଣ ପାଖାପାଖି ୧୨.୩୦ ସମୟରେ ଦେବସ୍ମିତା ଓ ଅନ୍ୟ କିଛି ସାମ୍ବାଦିକ ଖବର ସଂଗ୍ରହ ପାଇଁ ଖାରବେଳନଗର ସ୍ଥିତ ସ୍ବସ୍ତି ସିନେମା ହଲ୍‌କୁ ଯାଇଥିଲେ। ସେମାନେ ଗେଟ୍‌ ସମ୍ମୁଖରେ ଅପେକ୍ଷା କରିଥିବା ବେଳେ ଟୁଟୁ ହଲ୍‌ରୁ ବାହାରି ସେମାନଙ୍କ ନିକଟକୁ ଆସିଥିଲେ। ଦେବସ୍ମିତା କିଛି ବୁଝିବା ପୂର୍ବରୁ ଟୁଟୁ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ। ଫଳରେ ଦେବସ୍ମିତାଙ୍କ ହାତରୁ ବୁମ୍‌ ଓ ମୋବାଇଲ୍‌ ଖସି ତଳେ ପଡ଼ିଥିଲା। କାହିଁକି ଚାପୁଡ଼ା ମାରିଲ ବୋଲି ପଚାରିବାରୁ ଟୁଟୁ ରାଗିଯାଇ ତାଙ୍କୁ ଗାଳି କରିବା ସହ ପୁଣି ତାଙ୍କ ପିଠିକୁ ଦୁଇ ଚାପୁଡ଼ା ମାରିଥିଲେ। ଏହା ଦେଖି ତାଙ୍କ ସହ ଥିବା ଅନ୍ୟ ପ୍ରତିନିଧିମାନେ ଚକିତ ହୋଇ ପଡ଼ିଥିଲେ। ବୁମ୍‌ ଓ ମୋବାଇଲ୍‌ ଉଠାଇ ଦେବସ୍ମିତାଙ୍କୁ ଦେବା ସହ ସେମାନେ ଥାନାକୁ ଯାଇଥିଲେ। ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳକୁ ଯାଇ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ଏସବୁ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।