ଅପରାଧ ରାଜ୍ୟ

ସାମ୍ବାଦିକଙ୍କୁ ହତ୍ୟା ପାଇଁ ଜେଲର୍‌ଙ୍କ ଷଡ଼୍‌ଯନ୍ତ୍ର! ନିଜ ଅଡିଓ ବୋଲି ସ୍ବୀକାର କଲେ ମହିଳା ଜେଲର୍‌

କଣ୍ଟାବାଞ୍ଜି: ….‘‘ମହିଳା : ତମର କଣ୍ଟାବାଞ୍ଜି ମତେ କଣ୍ଟା ମିତାଲ୍‌ ଲାଗଲାନ?
ପୁରୁଷ : କାଏଁ ହେନ୍‌ତା ହଉଛ?
ମହିଳା : ତମ୍‌କୁ ତ କହେଲି, ମୁଣ୍ଡ ନେଇକରି ଆସ.., ମୁଡ୍‌ ନେଇକରି ଆସ.., ତମେ କାଏଁର୍‌ ଲୋକ୍‌ଟା ହୋ..। ତମେ ଲାଏକ୍‌ ନାଇଁନ।
ପୁରୁଷ : ଶୁନ୍‌ ତ ମ୍ୟାଡମ୍‌.. ଶୁନତ ମ୍ୟାଡମ୍‌…।
ମହିଳା : ତାର୍‌ ଶିର୍‌ ନେଇକି ଆସ। ….
ସାମ୍ବାଦିକ: ଗୁଟେ ପେପର୍‌ରେ ତ ବାହାର୍‌ଲା। ଅନ୍ୟଥି ନାଇଁ ବାହାରି। ଟାଇମବାଗ ଦେଖିକରି ମୁଇଁ ଛକା ମାରସିଁ। ରହୁନ ହେତାକେ କାଟମି। ଦୁଇ ଚାଏର ମାସ ଜେଲ୍‌ ପଛେ ଯିମି।
ମହିଳା : ଆମେ ଯେନକେ ଗଲେ ଢେଁକି କୁଟ୍‌ମୁ ନ..। ତମର ଭିତରୁ କିଏ ଗୁଟେ ଲେଖିକି ଦେଇଛେ ଡିଜି ଅଫିସ୍‌। ମୋର୍‌ ସତ କଥା କହୁଛେ ହେଲା। ହାଇକୋର୍ଟରେ ପିଆଇଏଲ୍‌ ଦେମି। ହେତାକେ କୋର୍ଟ ନାଇଁ ଦେଖେଇଛେଁ ବଏଲେ ମୋର୍‌ ନାଁ ବି. ଏଲ୍‌. ବାରୁ ନାଇଁସେ ହୋ ହେଲା।’’
ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଥିବା ୫ ମିନିଟ୍ ୨୦ସେକେଣ୍ଡ ଅବଧିର ଏଭଳି ଏକ ଅଡିଓ କ୍ଲିପ୍‌ ଏବେ ବଲାଙ୍ଗୀର ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଂଜିରେ କାର୍ଯ୍ୟରତ ଜଣେ ସାମ୍ବାଦିକଙ୍କ ମୁଣ୍ଡନେବା ପାଇଁ କଣ୍ଟାବାଂଜି ଉପକାରାଗାରର ମହିଳା ଜେଲର୍‌ ଏବଂ ସେଠାକାର ଜଣେ ୱେବ୍‌ ସାମ୍ବାଦିକଙ୍କ ମଧ୍ୟରେ ଏହି ବାର୍ତ୍ତାଳାପ ହୋଇଥିବା କୁହାଯାଉଛି। ଏହି ଅଡିଓ ଭାଇରାଲ୍‌ ହେବା ପରେ କଣ୍ଟାବାଞ୍ଜିରେ ଏକ ଦୈନିକ ଖବରକାଗଜରେ କାର୍ଯ୍ୟରତ ଲିମାଇ ଚରଣ ମହତ ଓରଫ ରୋହନ ନାମକ ଜଣେ ସାମ୍ବାଦିକ ଆଜି ସଂଧ୍ୟାରେ ଜେଲର୍‌ଙ୍କ ବିରୋଧରେ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଛନ୍ତି। ସାମ୍ବାଦିକ ଶ୍ରୀ ମହତ ଥାନାରେ ଦେଇଥିବା ଏତଲା ଅନୁସାରେ କଣ୍ଟାବାଂଜି ଉପକାରାଗାରକୁ ବାହ୍ୟ ଖାଦ୍ୟପଦାର୍ଥ କେମିତି ପହଞ୍ଚୁଛି ସେ ସଂପର୍କରେ କିଛି ଦିନ ତଳେ ସେ ଏକ ଖବର ପ୍ରକାଶ କରିଥିଲେ।

ଜେଲର୍‌-ୱେବ୍‌ ସାମ୍ବାଦିକଙ୍କ କଥାବାର୍ତ୍ତାର ଅଡିଓ ଭାଇରାଲ୍‌
ନିଜ ଅଡିଓ ବୋଲି ସ୍ବୀକାର କଲେ ମହିଳା ଜେଲର୍‌
ତଦନ୍ତ ହେବ: ଏସ୍‌ପି

ଏହି ଖବର ପ୍ରକାଶନ ପରେ ମହିଳା ଜେଲର୍‌ ବିକାଶଲତା ବାରୁ କ୍ଷୁବ୍ଧ ହୋଇ ତାଙ୍କୁ ହତ୍ୟା କରିବା ଲାଗି ଭିତିରିଆ ଷଡ଼୍‌ଯନ୍ତ୍ର ଚଳାଇଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଆବଶ୍ୟକ ସୁରକ୍ଷା ଯୋଗାଇବା ସହ ହତ୍ୟା ଷଡ଼୍‌ଯନ୍ତ୍ରକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଶ୍ରୀ ମହତ ଏତଲାରେ ନିବେଦନ କରିଛନ୍ତି। ପୁଲିସ ଏତଲା ଆଧାରରେ ଏକ ମାମଲା (ସଂଖ୍ୟା ୨୪୨/୨୩) ରୁଜୁ କରି ଘଟଣାର ତଦନ୍ତ କରୁଛି। ଏ ସମ୍ପର୍କରେ ବଲାଙ୍ଗୀର ଏସ୍‌ପି ଋଷିକେଶ ଖଲାରୀଙ୍କ ସୂଚନା ହେଲା, ମାମଲା ରୁଜୁ ହୋଇଛି, ବିଭାଗୀୟ ତଦନ୍ତ ହେବ। ଅନ୍ୟପକ୍ଷରେ ସାମ୍ବାଦିକ ଶ୍ରୀ ମହତଙ୍କ ଏହି ଏତଲା ସଂପର୍କରେ କଣ୍ଟାବାଂଜି ଉପକାରାଗାରର ମହିଳା ଜେଲର୍‌ ଶ୍ରୀମତୀ ବାରୁଙ୍କ ପ୍ରତିକ୍ରିୟା ଲୋଡ଼ାଯିବାରେ ସେ କହିଛନ୍ତି, ‘ଏହି ଅଡିଓରେ ମୁଁ ସଂପୃକ୍ତ ସାମ୍ବାଦିକଙ୍କ ସହିତ ଥଟ୍ଟାମଜାରେ କଥା ହୋଇଛି। ଏହି କଥାରେ ସେଭଳି କିଛି ଗାମ୍ଭୀର୍ଯ୍ୟ ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।