ଦେଶ ବିଦେଶ ମନୋରଞ୍ଜନ

ସାମ୍ବାଦିକଙ୍କୁ ଜନ୍ ଆବ୍ରାହମ୍ କହିଲେ ମୁର୍ଖ, ଫିଲ୍ମ ପ୍ରମୋଶନ ବେଳେ କାହିଁକି ରାଗିଗଲେ ‘ଆଟାକ୍’ ଅଭିନେତା ?

ନୂଆଦିଲ୍ଲୀ,୨୯/୦୩: ବଲିଉଡ୍ ଷ୍ଟାର୍ ଜନ୍ ଆବ୍ରାହମ୍ ଏବେ ନିଜ ପିଲ୍ମ ‘ଆଟାକ’ର ପ୍ରମୋଶନରେ ବ୍ୟସ୍ତ ରହୁଛନ୍ତି । ଯାହା ଏପ୍ରିଲ ୧ରେ ରିଲିଜ୍ ହେବ । ଏହାମଧ୍ୟରେ ଜନଙ୍କ ପାଇଁ ଏକ ଖରାପ ଖବର ଆସିଛି । ଫିଲ୍ମର ପ୍ରମୋଶନ ଇଭେଣ୍ଟ ବେଳେ ଜନ୍ ଜଣେ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର କରିଥିବା ସୂଚନା ମିଳିଛି । ଏପରିକି ସେ ସାମ୍ବାଦିକଙ୍କୁ ମୁର୍ଖ ବୋଲି ମଧ୍ୟ କୁଆଡେ କହିଛନ୍ତି । ଏତିକି ନୁହେଁ, ନିଜ ବୁଦ୍ଧି ଘରେ ଛାଡି ଆସିଛନ୍ତି କି ବୋଲି ଜନ୍ ସାମ୍ବାଦିକଙ୍କୁ ପଚାରିଛନ୍ତି । ଯାହାକୁ ନେଇ ଜନଙ୍କ ପାଇଁ ଅଡୁଆ ବଢିଛି ।

ସୂଚନାନୁସାରେ, ଫିଲ୍ମର ପ୍ରମୋଶନ ଲଗାତର ଭାବେ ଜନ୍ କରୁଛନ୍ତି । ନିକଟରେ ଏକ ଇଭେଣ୍ଟରେ ତାଙ୍କୁ ଜଣେ ସାମ୍ବାଦିକ ଫିଲ୍ମରେ ଆକ୍ସନ ସିନ୍ ଅଧିକ ହୋଇଯାଉଛି । ଆପଣ ୪ରୁ ୫ ଜଣଙ୍କ ସହ ଫାଇଟ୍ କରିବା ଠିକ୍ । କିନ୍ତୁ ୨୦୦ଜଣଙ୍କ ସାମ୍ନା କରିବା, ହାତରେ ବାଇକ୍ ଧରି ଫିଙ୍ଗିବା, ହାତରେ ହେଲିକପ୍ଟର ଅଟକାଇବା ଅଧିକ ନୁହେଁ କି ବୋଲି ପଚାରିଥିଲେ । ଏହା ଉପରେ କଣ କହିବେ ବୋଲି ଜନଙ୍କୁ ପ୍ରଶ୍ନ କରିଥିଲେ ।

ଏହି ପ୍ରଶ୍ନ ଶୁଣି ଜନ୍ ରାଗି ଯାଇଥିଲେ । ଜନ୍ ସାମ୍ବାଦିକଙ୍କୁ ପ୍ରଶ୍ନ କଣ ଆଟାକଙ୍କ ସହ ସମ୍ପର୍କିତ କି ବୋଲି ପଚାରିଥିଲେ । ଏହାପରେ ସାମ୍ବାଦିକ ସତ୍ୟମେବ ଜୟତେ ବୋଲି କହିଥିଲେ । ଏହାପରେ ଜନ୍ କହିଥିଲେ ଯେ, ସେ ଆଟାକ୍ କଥା କହୁଛନ୍ତି । କିଛି ସମୟ ପରେ ଫିଟନେସ୍ ସମ୍ପର୍କିତ ଏକ ପ୍ରଶ୍ନରେ ବୁଦ୍ଧି କଣ ଘରେ ଛାଡିକି ଆସିଛ ବୋଲି ସାମ୍ବାଦିକଙ୍କୁ ଓଲଟା ପଚାରିଥିଲେ । ବୁଢା ଅଙ୍କଲଙ୍କ ଭଳି ପୁରୁଣା ପ୍ରଶ୍ନ ପଚାରିଲେ ଅସୁବିଧା ହେବ ବୋଲି କହିଥିଲେ ଜନ୍ ।

ତେବେ ଜନଙ୍କ ଏପରି ଆଚରଣକୁ ଅନେକ ନିନ୍ଦା କରିଛନ୍ତି । ସାମ୍ବାଦିକଙ୍କୁ ଏପରି ବ୍ୟବହାର ଠିକ୍ ନୁହେଁ ବୋଲି ଅନେକ ମତ ଦେଇଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ