ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସାମୁଦ୍ରିକ ବାତ୍ୟା ‘ମୋକା’ରେ ପରିଣତ ହେଲା ଗଭୀର ଅବପାତ

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟ ଗଭୀର ଅବପାତ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୮ କିଲୋମିଟର୍‌ ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହୋଇ ସାମୁଦ୍ରିକ ବାତ୍ୟା ‘ମୋକା’ ପାଲଟିବା ପରେ ଭୋର୍‌ ୫.୩୦ରେ ସେହି ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି।

କେନ୍ଦ୍ରୀଭୂତ ସାମୁଦ୍ରିକ ବାତ୍ୟା ‘ମୋକା’ର ସଠିକ ସାମ୍ପ୍ରତିକ ଅବସ୍ଥିତି ହେଉଛି ପୋର୍ଟ ବ୍ଲେୟାର୍‌ର ପଶ୍ଚିମ-ଦକ୍ଷିଣପଶ୍ଚିମରୁ ପ୍ରାୟ ୫୧୦ କିଲୋମିଟର୍, କକ୍ସ୍‌ ବଜାରର (ବାଂଲାଦେଶ) ଦକ୍ଷିଣ-ଦକ୍ଷିଣପଶ୍ଚିମରୁ ୧୨୧୦ କିଲୋମିଟର୍‌ ଏବଂ ସିତ୍ତ୍ବେର (ମିଆଁମାର୍‌) ଦକ୍ଷିଣ-ଦକ୍ଷିଣପଶ୍ଚିମରୁ ୧୧୨୦ କିଲୋମିଟର୍‌ ଦୂର ବଙ୍ଗୋପସାଗରର ଜଳରାଶି ଉପରେ।

Image Courtesy of ABP

ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତିକରି କ୍ରମଶଃ ଆହୁରି ତୀବ୍ରତର ହୋଇ ଆଜି ମଧ୍ୟରାତ୍ର ସୁଦ୍ଧା ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟିବାର ଯଥେଷ୍ଟ ସମ୍ଭାବନା ରହିଛି। ତା’ପରେ ଏହି ସାମୁଦ୍ରିକ ବାତ୍ୟା ଧୀରେ ଧୀରେ ମୋଡ଼ ପରିବର୍ତ୍ତନ କରି ୧୨ ତାରିଖ ସକାଳୁ ଉତ୍ତର-ଉତ୍ତରପଶ୍ଚିମ ଦିଗଆଡ଼କୁ ଗତିଶୀଳ ହୋଇ ସନ୍ଧ୍ୟା ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ। ୧୩ ତାରିଖ ସନ୍ଧ୍ୟା ବ‌େଳକୁ ଏହି ବାତ୍ୟା ତୀବ୍ରତାର ଚରମ ସୀମାରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

୧୪ ତାରିଖ ସକାଳ ବେଳକୁ ଏହି ସାମୁଦ୍ରିକ ବାତ୍ୟା ସାମାନ୍ୟ ଦୁର୍ବଳ ହୋଇ ପୂର୍ବାହ୍ନ ବେଳକୁ ଘଣ୍ଟାପ୍ରତି ୧୪୫ କିଲୋମିଟର୍‌ ପବନ ଦଲକା ସହିତ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର୍‌ ବେଗରେ କକ୍ସ ବଜାର (ବାଂଲାଦେଶ) ଏବଂ କ୍ୟାୟୁକ୍‌ପ୍ୟୁ (ମିଆଁମାର୍‌) ଦେଇ ଦକ୍ଷିଣପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର୍‌ ଉପକୂଳ ଅତିକ୍ରମ କରିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ