ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ସାମୁଦ୍ରିକ ବାତ୍ୟା ‘ନିଭାର’ ଅଧିକ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ: ଭାରତୀୟ ପାଣିପାଗ ସଂସ୍ଥାନ

ନୂଆଦିଲ୍ଲୀ: ଆଗାମୀ ତିନି ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟା ‘ନିଭାର’ ଅଧିକ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ଗୁରୁବାର ସକାଳେ ଭାରତୀୟ ପାଣିପାଗ ସଂସ୍ଥାନ ଘୋଷଣା କରିଛି।

ଗୁରୁବାର ପ୍ରାରମ୍ଭରେ ପୁଦ୍ଦୁଚେରୀ ନିକଟରେ ସାମୁଦ୍ରିକ ବାତ୍ୟା ‘ନିଭାର’ ସ୍ଥଳଭାଗରେ ପ୍ରବେଶ କରିଛି। ସ୍ଥଳଭାଗରେ ପ୍ରବେଶ କରିବା ପରେ ଉଭୟ ପୁଦ୍ଦୁଚେରୀ ଏବଂ ତାମିଲନାଡୁରେ ଅସରାକୁ ଅସରା ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। କେନ୍ଦ୍ରଶାସିତ ଅଞ୍ଚଳ ପୁଦ୍ଦୁଚେରୀ ଉପର ଦେଇ ପ୍ରବାହିତ ହୋଇଯିବା ପରେ ‘ନିଭାର’ ଅତି ଉଗ୍ର ସାମୁଦ୍ରିକ ବାତ୍ୟାରୁ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଥିବା କଥା ଭାରତୀୟ ପାଣିପାଗ ସଂସ୍ଥାନ କହିଛି।

‘ନିଭାର’ ଯୋଗୁଁ ଚେନ୍ନାଇରେ ପରିବହନ ସେବା ପ୍ରଭାବିତ ହୋଇଛି। ଗୁରୁବାର ଦିନ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଟୁଇଟ୍‌ କରି କହିଛି ଯେ, ସାମୁଦ୍ରିକ ବାତ୍ୟା ‘ନିଭାର’ ଯୋଗୁଁ ଗୁୁରୁବାର ସକାଳ ୯ଟା ପର୍ଯ୍ୟନ୍ତ ସେବା ବନ୍ଦ ରହିବ।

ଭାରତୀୟ ପାଣିପାଗ ସଂସ୍ଥାନ ବୁଲେଟିନ୍‌ ଅନୁସାରେ, ଗତ ରାତି ୨:୩୦ ସୁଦ୍ଧା ପୁଦ୍ଦୁଚେରୀରେ ୨୩୭ ମିଲିମିଟର୍‌ ବୃଷ୍ଟିପାତ ହୋଇଛି। କୁଡ୍ଡାଲୋର୍‌ରେ ମଧ୍ୟ ୨୪୬ ମିଲିମିଟର୍‌ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଚେନ୍ନାଇ ଏବଂ କରାଇକାଲ୍‌ରେ ମଧ୍ୟ ବାତ୍ୟା ଯୋଗୁଁ ୮୯ ମିଲିମିଟର୍‌ ବର୍ଷା ହୋଇଛି।

ଭାରତୀୟ ପାଣିପାଗ ସଂସ୍ଥାନ ଆହୁରି ମଧ୍ୟ କହିଛି ଯେ, ସମ୍ପ୍ରତି ଉତ୍ତର ଉପକୂଳବର୍ତ୍ତୀ ତାମିଲନାଡୁ ଏବଂ ପୁଦ୍ଦୁଚେରୀର ଉତ୍ତର-ଉତ୍ତରପୂର୍ବକୁ ୫୦ କିଲୋମିଟର୍‌ ଦୂରରେ ସାମୁଦ୍ରିକ ବାତ୍ୟା ‘ନିଭାର’ କେନ୍ଦ୍ରୀଭୂତ ହୋଇଛି। ସାମୁଦ୍ରିକ ବାତ୍ୟା ‘ନିଭାର’ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେଲେ ବି ଘଣ୍ଟା ପ୍ରତି ୧୦୫ କିଲୋମିଟର୍‌ ପବନ ଝୁଙ୍କ ସହ ଘଣ୍ଟା ପ୍ରତି ୮୫ରୁ ୯୫ କିଲୋମିଟର୍‌ ବେଗରେ ଉତ୍ତରପଶ୍ଚିମ ଦିଗକୁ ପ୍ରବାହିତ ହେବ।

ଚେନ୍ନାଇର ପାଣିପାଗ ବିଭାଗର ଉପମହାନିର୍ଦେଶକ ଏସ୍‌ ବାଲଚନ୍ଦ୍ରନ୍‌ ଗଣମାଧ୍ୟମକୁ କହିଛନ୍ତି ଯେ, ବାତ୍ୟା ଏବେ ସ୍ଥଳଭାଗରେ ଥିବାରୁ ବର୍ଷା ଓ ପବନ ଲାଗି ରହିବ।
ବାତ୍ୟା ଯୋଗୁଁ କୌଣସି ଜୀବନ ହାନୀ ହୋଇ ନ ଥିବାରୁ ତାମିଲନାଡୁ ରାଜସ୍ୱମନ୍ତ୍ରୀ ଆର୍‌ ବି ଉଦୟକୁମାର ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ଲୋକେ ପ୍ରଶାସନକୁ ଖୁବ୍‌ ସହଯୋଗ କରିଛନ୍ତି ବୋଲି ସେ କହିଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ