ଅପରାଧ ରାଜ୍ୟ

ସାମାନ୍ୟ ବଚସାରୁ ଟାଙ୍ଗିଆରେ ହାଣି ମହିଳାଙ୍କୁ ହତ୍ୟା, ମୃତଦେହ ଜବତ କରି ତଦନ୍ତ କରୁଛି ପୋଲିସ୍‌

ପଦ୍ମପୁର ୨୮/୦୬ : ଟାଙ୍ଗିଆରେ ହାଣି ଜଣେ ବିବାହିତା ମହିଳାଙ୍କୁ ହତ୍ୟା। ପଦ୍ମପୁର ଉପଖଣ୍ଡ ପଦ୍ମପୁର ଥାନା ଲୋହାରପାଲି ପଂଚାୟତ ଅଧିନସ୍ଥ ଗମ୍ଭାରିଡ଼ିହି ଗାଁରେ ଜଣେ ମହିଳା ନଳକୂପକୁ ପାଣି ଆଣି ଯାଇଥିବା ସମୟରେ ସେହି ଗାଁର ଜଣେ ଯୁବକ ବିବାହିତା ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି। ଏ ପର୍ଯ୍ୟନ୍ତ କେଉଁ କାରଣ ଯୋଗୁଁ ହତ୍ୟା କରାଯାଇଛି ତାହା ଜଣାପଡ଼ିନାହିଁ।

ସୂଚନା ମୁତାବକ ଗମ୍ଭାରୀ ଡ଼ିହି ଗାଁର ମଞ୍ଜୁଲତା ପଟେଲ ପାଣି ଆଣିବା ପାଇଁ ଘର ପାଖ ପାଣିକଳକୁ ଯାଇଥିଲେ। ପାଣିକଳ ପାଖରେ ସେହି ଗାଁର ଦେବାଶିଷ ବିଶ୍ୱାଳ ଗୋଟିଏ ଟାଙ୍ଗିଆ ଧରି ଛିଡା ହୋଇଥିଲା। ପାଣି ଟୋପେ ପାଇଁ ମଞ୍ଜୁଲତା ଓ ଦେବାଶିଷଙ୍କ ମଧ୍ୟରେ ବଚସା ହୋଇଥିଲା। ଏତିକିରେ ଦେବାଶିଷ ରାଗିଯାଇ ମଞ୍ଜୁଲତାକୁ ଟାଙ୍ଗିଆରେ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରିଛି। ଘଟଣାସ୍ଥଳରେ ପଦ୍ମପୁର ପୋଲିସ ପହଂଚି ମୃତଦେହ ଜବତ କରି ଅଧିକ ତଦନ୍ତ ଚଳାଇଛି। ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପଦ୍ମପୁର ପୋଲିସ ସୂଚନା ଦେଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।