ଅପରାଧ ରାଜ୍ୟ

ସାମାନ୍ୟ ବଚସାରୁ ଗଲା ଯୁବକଙ୍କ ଜୀବନ, ବାହାଘରରୁ ଫେରିବା ବେଳେ ପିଟି ପିଟି ମାରିଦେଲେ

ଭଦ୍ରକ ୦୪/୦୭: ବିବାହ ଭୋଜିରେ ବଚସା ପାଇଁ ଗଲା ଯୁବକଙ୍କ ଜୀବନ । ସାଙ୍ଗ ବାହାଘରରୁ ଫେରିବା ବେଳେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ । ବାହାଘର ଭୋଜି ପରେ କୌଣସି କଥାକୁ କେନ୍ଦ୍ରକରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ହେଉଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜେ ଗଙ୍ଗାଧରପୁର ଗ୍ରାମର ବିଦ୍ୟାଧର ମାଝୀ ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ସାଙ୍ଗ ବାହାଘର ଭୋଜିରେ ଗୋଟିଏ ପଂଚାୟତରୁ ସମସ୍ତେ ଯୋଗଦାନ କରିବା ପାଇଁ ଭଦ୍ରକ ସହର ସ୍ଥିତ ଏକ କଲ୍ୟାଣ ମଣ୍ଡପ କୁ ଯାଇଥିଲେ । ବାହାଘର ଭୋଜି ଖାଇସାରିବା ପରେ ଘରକୁ ଫେରୁଥିଲେ ବିଦ୍ୟାଧର, କିନ୍ତୁ କୌଣସି କଥାକୁ ନେଇ ବିଦ୍ୟାଧରଙ୍କ ସହ ଅନ୍ୟ ଯୁବକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

ପରେ ଯୁବକ ମାନେ ବିଦ୍ୟାଧରଙ୍କୁ ଏକ ବାଉଁଶ ଯୋଗେ ବାଡେଇ ବାଡେଇ ତଳେ ପକାଇଦେଇଥିଲେ । ବିଦ୍ୟାଧର ତଳେ ପଡିଯିବା ପରେ ମଧ୍ୟ ପୁଣି ବାଡେଇ ଚାଲିଥିଲେ । ଶେଷରେ ହତ୍ୟାକାରୀ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପରେ ଅନ୍ୟ କିଛି ପିଲା ଗୁରୁତର ଅବସ୍ଥାରେ ବିଦ୍ୟାଧରଙ୍କୁ ଭଦ୍ରକ ମେଡିକାଲକୁ ଆଣିଥିଲେ ।

ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । କିନ୍ତୁ କେଉଁ କାରଣ ପାଇଁ ବିଦ୍ୟାଧରଙ୍କୁ ବାଡେଇ ବାଡେଇ ହତ୍ୟା କରିଲେ, ତାହା ଅସ୍ପଷ୍ଟ ରହିଥିବା ବେଳେ, ଗ୍ରାମାଞ୍ଚଳ ପୋଲିସ ଅଧିକ ତଦନ୍ତ ଚଳାଇଛି । ତାଙ୍କ ସାମ୍ନାରେ ଯୁବକଙ୍କୁ ବାଡେଇ ବାଡେଇ ହତ୍ୟା କରାଯାଇଥିବା କଥା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।