ଭୁବନେଶ୍ୱର ୦୭।୦୮: ଭୁବନେଶ୍ବର ମଞ୍ଚେଶ୍ଵର ମୁଣ୍ଡା ସାହିରେ ଆତଙ୍କରାଜ। ୪୦ରୁ ୫୦ଜଣ ଯୁବକମାନେ ମୁଣ୍ଡା ସାହିରେ ଆତଙ୍କରାଜ ଚଳାଇଥିଲେ । ଘରେ ପଶି ଘରଦ୍ୱାର ଓ ଗାଡ଼ି ମଟର ଭାଙ୍ଗିବା ସହ ଯିଏ ଆଗକୁ ଆସିଲା ତାଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ କି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ୪୦ରୁ ୫୦ ଯୁବକ ମୁଣ୍ଡା ସାହିରେ ଖଣ୍ଡା ଓ ଭୁଜାଲିରେ ଆତଙ୍କରାଜ ଖେଳାଇଥିବା ବେଳେ, ଏହାକୁ ନେଇ ପରବର୍ତ୍ତୀ ସମୟରେ ଦେଖାଦେଇଛି ଉତ୍ତେଜନା। ସଂପୃକ୍ତ ଯୁବକମାନେ ୨୦ରୁ ୩୦ ମିନିଟ୍ ଧରି ସେଠାରେ ଆତଙ୍କରାଜ ଚଳାଇଥିଲେ। ଏକ ଛୋଟ ଝଗଡ଼ାକୁ ନେଇ ଏଭଳି କାଣ୍ଡ ଘଟାଇଥିବା ଜଣାଯାଇଛି। ବସ୍ତିରେ ପଶି ଘରଦ୍ବାର ଗାଡ଼ି ମଟର ଭାଙ୍ଗିବା ସହ ଯିଏ ସାମ୍ନାକୁ ଆସିଥିଲା ତାଙ୍କୁ ହାଣିଥିଲେ। ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୬ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏପିରିକି ଆକ୍ରମଣକାରୀଙ୍କ ଗିରଫ ଦାବିରେ ପଳାଶୁଣି ଛକରେ ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା। ପୋଲିସର ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିଲା। ତେବେ ଥାନାଠୁ ମାତ୍ର ୩ ଶହ ମିଟର ଦୂରରେ ଘଟିଥିଲା ଏହି ଘଟଣା। ସ୍ଥାନୀୟ ଲୋକେ ବାରମ୍ବାର ପିସିଆର୍ କୁ ଫୋନ୍ କରିଥିଲେ ବି ପୋଲିସ ପହଞ୍ଚି ନଥିବାରୁ ଦୁର୍ବତ୍ତମାନେ ମନଇଚ୍ଛା କାଣ୍ଡ କାରଖନା କରିଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।