ଦେଶ ବିଦେଶ ସ୍ୱାସ୍ଥ୍ୟ

ସାମନାକୁ ଆସିଲା ଓମିକ୍ରନର ୨୦ଟି ଲକ୍ଷଣ, ଜାଣନ୍ତୁ କେତେ ଦିନ ପର୍ଯ୍ୟନ୍ତ ଶରୀରରେ ରହେ ଏହି ଭାରିଆଣ୍ଟର ପ୍ରଭାବ

ନୂଆଦିଲ୍ଲୀ: ନୂତନ ଭାରିଆଣ୍ଟ ଓମିକ୍ରନ ମାମଲାରେ କୌଣସି ସୁଧାର ଆସୁଥିବା ପରିଲକ୍ଷିତ ହୋଇନାହିଁ । ଦେଶରେ ଏହାର ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ପାର୍ କରିସାରିଲାଣି । କରୋନାର ଅଧିକାଂଶ ଆକ୍ରାନ୍ତ ଓମିକ୍ରନ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ତେବେ ଏହା ଦ୍ୱାରା ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ଠାରେ ଭିନ୍ନ ଭିନ୍ନ ପ୍ରକାରର ଲକ୍ଷଣ ଦେଖିବାକୁ ମିଳିଛି । ଏହି ଲକ୍ଷଣ ସବୁରେ ଲଗାତର ଭାବେ ପରିବର୍ତ୍ତନ ମଧ୍ୟ ହେଉଛି । ପ୍ରତି ରୋଗୀଙ୍କ ଠାରେ ଭିନ୍ନ ଲକ୍ଷଣ ଦେଖିବାକୁ ମିଳିଛି । ୟୁକେରେ ହୋଇଥିବା ଏକ କୋଭିଡ୍ ଷ୍ଟଡିରେ ଓମିକ୍ରନ୍ ର ସମସ୍ତ ୨୦ଟି ଲକ୍ଷଣ ସମ୍ପର୍କରେ କହିଛନ୍ତି ବିଶେଷଜ୍ଞ ।

ଖାଲି ଲକ୍ଷଣ ନୁହେଁ ବରଂ ଓମିକ୍ରନ ସଂକ୍ରମଣ ହେବା ପରେ କେତେ ଦିନ ଏହାର ପ୍ରଭାବ ଶରୀରରେ ରହୁଛି ତା ମଧ୍ୟ ଜଣାପଡ଼ିଛି ଏହି ଅଧ୍ୟୟନରୁ । ଏହି ୨୦ଟି ଲକ୍ଷଣ ହିଁ ଅଧିକାଂଶ ରୋଗୀଙ୍କ ଠାରେ ଦେଖାଯାଇଛି । ତେବେ ଚାଲନ୍ତୁ ଜାଣିବା ସେସବୁ କଣ:

ଆହୁରି ପଢନ୍ତୁ
ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ,…

Jan 17, 2022
୪.୬ କୋଟି ପରିବାରକୁ ଦାରିଦ୍ର୍ୟ ଭିତରକୁ…

Jan 17, 2022
ମୁଣ୍ଡବିନ୍ଧା, ନାକରୁ ପାଣିବହିବା, ଥକ୍କାପଣ, ଛିଙ୍କ ହେବା, ଗଳାରେ ଯନ୍ତ୍ରଣା, ଲଗାତର କାଶ, କର୍କଶ ୱର, ଦରକାରଠାରୁ ଅଧିକ ଥଣ୍ଡା ଲାଗିବା, ଜ୍ୱର, ମୁଣ୍ଡ ବୁଲାଇବା, ବ୍ରେନ୍ ଫଙ୍ଗ, ଗନ୍ଧ ବାରିବାରେ ସମସ୍ୟା. ଆଖିରେ ଦରଜ, ମାଂସପେଶୀରେ ଯନ୍ତ୍ରଣା, ଛାତିରେ ଯନ୍ତ୍ରଣା, ଗ୍ରନ୍ଥିରେ ସଂକ୍ରମଣ, ଦୁର୍ବଳ ଅନୁଭବ ହେବା ଓ କୁଣ୍ଡାଇହେବା ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଓମିକ୍ରନର ଲକ୍ଷଣ ଡେଲଟା ତୁଳନାରେ ଦ୍ରୁତ ଗତିରେ ଦେଖିବାକୁ ମିଳୁଛି ଓ ଏହାର ଇନଫ୍ୟୁଜନ୍ ପିରିଅଡ୍ ଖୁବ୍ କମ୍ ରହିଥାଏ । ଓମିକ୍ରନ ରୋଗୀଙ୍କ ଠାରେ ୨ରୁ ୫ ଦିନ ଯାଏଁ ଲକ୍ଷଣ ଦେଖାଯାଇଥାଏ । ସାଧାରଣତଃ ଥଣ୍ଡାକାଶ ପରି ଲକ୍ଷଣ ୫ ଦିନ ପର୍ଯ୍ୟନ୍ତ ଶରୀରରେ ରହିଲେ ତାହା ଓମିକ୍ରନର ଲକ୍ଷଣ ହୋଇପାରେ । ଡେଲଟା ତୁଳନାରେ ଓମିକ୍ରନର ପ୍ରଭାବ କମ୍ ଦିନ ପର୍ଯ୍ୟନ୍ତ ଶରୀରରେ ରହିଥାଏ । ତେବେ ଟିକା ନେଇଥିବା ଲୋକଙ୍କ ଠାରେ ଏହାର ପ୍ରଭାବ କମ୍ ପଡ଼ିଥାଏ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ