କନ୍ଧମାଳ- କନ୍ଧମାଳ ଜିଲ୍ଲା ସହରରୁ ଗାଁ ପଯ୍ୟନ୍ତ ଆଜି ସାବିତ୍ରୀ ଅମାବାସ୍ୟା ଆଜିର ଦିନରେ ଏହି ପର୍ବ କୁ ସାଧାରଣରେ ସଧବା ମାନେ ହିଁ ପାଳନ କରିଥାନ୍ତି । ସ୍ବାମୀ ଙ୍କ ଉତମ ସ୍ବାସ୍ଥ୍ୟ ଓ ନୀରାମୟ ଜୀବନ କାମନା କରି ସଧବା ନାରୀମାନେ ଜ୍ୟେଷ୍ଠ ମାସ ଅମାବାସ୍ୟା ରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ଏହି ବ୍ରତ ରେ ନାରୀ ମାନେ ସାବିତ୍ରୀ ,ଯମଦେବ ଓ ସତ୍ୟବାନ୍ କୁ ପୂଜାର୍ଚ୍ଚନା କରିଥାନ୍ତି । ସ୍ବାମୀ ହିଁ ସ୍ତ୍ରୀ ର ସର୍ବସ୍ବ କିମ୍ବଦନ୍ତୀ ଅନୁସାରେ ସତ୍ୟବାନ୍ ଅଳ୍ପାୟୁ ଥିଲେ ବି ମୃତ୍ୟୁ କୁ ଜୟ କରିଥିଲେ । ଏହା ସମ୍ଭବ ହୋଇଥିଲା ତାଙ୍କ ସ୍ତ୍ରୀ ସାବିତ୍ରୀ ଙ୍କ ପାଇଁ । ଜଣେ ଶ୍ରେଷ୍ଠ କନ୍ୟା ହେଲେ ସାବିତ୍ରୀ ସେ ଥିଲେ ରାଜ କନ୍ୟା ସାବିତ୍ରୀ ଦେବୀ ଙ୍କୁ ପ୍ରାର୍ଥନା କରି ମାଦ୍ରଦେଶର ରାଜା ଅଶ୍ଵପତି ତାଙ୍କୁ କନ୍ୟା ରୂପେ ପାଇଥିଲେ । ସତ୍ୟବାନ୍ ବିବାହ ପରେ ଗୋଟିଏ ବର୍ଷ ବଂଚିବେ ଜାଣି ମଧ୍ୟ ତାଙ୍କୁ ବିବାହ କରି ଜଙ୍ଗଲରେ ରହୁଥିଲେ । ଠିକ୍ ବର୍ଷ ପରେ ସତ୍ୟବାନ୍ ଙ୍କ ମୃତ୍ୟୁ ହୋଇଥିଲା । ମହାସତୀ ସାବିତ୍ରୀ ଙ୍କ ତପ ବଳରେ ସେ ପୂନର୍ ଜନ୍ମ ପାଇ ଥିଲେ ଯମରାଜାଙ୍କୁ ନିଜର ଯୁକ୍ତି ବଳରେ ସନ୍ତୁଷ୍ଟ କରି ସାବିତ୍ରୀ ନିଜ ସ୍ବାମୀଙ୍କୁ ଫେରେଇ ପାଇଥିଲେ । ଏନେଇ ରାଜ୍ୟ ର ବିଭିନ୍ନ ଦେବାଳୟ ଓ ଘରେ ଘରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । କନ୍ଧମାଳ ଜିଲ୍ଲା ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ

