ଅପରାଧ ରାଜ୍ୟ

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ, ଘରେ ଖେଳୁଥିବାବେଳେ ମାରିଲା ଚୋଟ

ଉମରକୋଟ ୨୪/୦୫: ବିଷାକ୍ତ ସାପ କାମୁଡ଼ା ରେ ୭ବର୍ଷର ନାବାଳିକାର ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚିତାବେଡା ପଞ୍ଚାୟତ ଜାମଧଡ଼ା ଗାଁରେ । ଜାମଧଡ଼ା ଗାଁର ଧନସାନ୍ତାଙ୍କ ସାନ ଝିଅ ନିଳାନ୍ଦ୍ରୀ ସାନ୍ତା ଆଜି ସକାଳେ ଘର ଭିତରେ ରହିଥିବା ଅଖାବସ୍ତା ଉପରେ ଖେଳୁଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ିବାରୁ ନାବାଳିକା ଜଣକ କାନ୍ଦି କାନ୍ଦି ଘର ଭିତରୁ ବାହାରେ ଆସିଥିଲା ।

ପରେ ପରିବାର ଲୋକ ପଚାରିବାରୁ ନିଳାନ୍ଦ୍ରୀ କଣ ଗୋଟେ କାମୁଡ଼ିଲା ବୋଲି କହିବାରୁ ପରିବାର ଲୋକ କୌଣସି ଏକ ବିଷାକ୍ତ ସାପ କାମୁଡ଼ିଥିବା ସନ୍ଧେହ କରି ସାଙ୍ଗେ ସାଙ୍ଗେ ଏକ ବାଇକ ଯୋଗେ ଝରିଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ନାବାଳିକାର ମୃତ୍ୟୁ ହୋଇଥିଲା । ବିଷାକ୍ତ ସାପ ଡ଼ାହାଣ ହାତରେ କାମୁଡି ଥିବାରୁ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଡାକ୍ତର ।

ଅନ୍ୟପଟେ ଝିଅର ଏହିଭଳି ଅଘଟଣ ସମୟରେ ବାପା ଧନ ସାନ୍ତା ସୁଦୂର ଆନ୍ଦ୍ରପ୍ରଦେଶ ରେ ଦାଦନ ଖଟିବାକୁ ଯାଇଥିବା ବେଳେ ଚିନ୍ତାରେ ମାଆ ନଧନା ସାନ୍ତା । ତେବେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି କହିଛି ଝରିଗାଁ ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।