ରାଜ୍ୟ

ସାଧାରଣତନ୍ତ୍ର ଦିବସ ପରେଡ ପ୍ରସ୍ତୁତି: ରିହର୍ସାଲ୍‌ରେ ଭାଗନେଲେ ୪୮ ଦଳ

ଭୁବନେଶ୍ବର: ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ। ସମାରୋହ ଅବ୍ୟବହିତ ପୂର୍ବରୁ ଆଜିଠୁ ଆରମ୍ଭ ହୋଇଛି ପରେଡ୍‌ ରିହର୍ସାଲ। ଆଜି ପ୍ରଥମ ଦିନରେ ପରେଡ୍‌ କମାଣ୍ଡାଣ୍ଟ ଆଇପିଏସ୍‌ ଏ.ବି ଶିଳ୍ପାଙ୍କ ନେତୃତ୍ବରେ ଝାଡ଼ଖଣ୍ଡ ପୁଲିସର ଏକ ଟ୍ରୁପ୍‌ ସମେତ ୪୮ଟି ଟ୍ରୁପ୍‌ ଭାଗନେଇଛନ୍ତି। ଚଳିତ ଥର ୫୩ରୁ ଅଧିକ ଟ୍ରୁପ ସାମିଲ ହେବେ ବୋଲି ଜଣାପଡ଼ିଛି। ଆଜି ରିହର୍ସାଲ୍‌ ସମୟରେ ଡେୟାର ଡେଭିଲ୍ସ ଓ ଉତ୍କଳ ସ୍କେଟିଂ ଟିମ୍‌ ଚିତ୍ତାକର୍ଷକ କଳାକୌଶଳ ପ୍ରଦର୍ଶନ କରିଥିଲେ। ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ପରେଡ୍‌ ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ‌ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ବାରିକେଡିଂ ବ୍ୟବସ୍ଥା ସହ ସିସିଟିଭି ଉପରେ ଗୁରୁତ୍ବ ଦିଆଯାଇଛି। ସାରା ଅଞ୍ଚଳରେ ଶତାଧିକ ସିସିଟିଭି ଖଞ୍ଜାଯାଇଛି। ସେଠାରେ ଥିବା ଅସ୍ଥାୟୀ କଣ୍ଟ୍ରୋଲ୍‌ ରୁମ୍‌ ପ୍ରତିଟି ଦିଗ ଉପରେ ନଜର ରଖିବ।

ଡେୟାର ଡେଭିଲ୍ସ, ଉତ୍କଳ ସ୍କେଟିଂ ଟିମ୍‌ର ଚିତ୍ତାକର୍ଷକ ପ୍ରଦର୍ଶନ
ସିସିଟିଭି ନଜରରେ ସାରା ଅଞ୍ଚଳ
୩ଦିନ ଟ୍ରାଫିକ୍‌ କଟକଣା

ସେହିପରି ଏହି ସମୟରେ କମିସନରେଟ୍‌ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍‌ ପରିଚାଳନା ମାର୍ଗଦର୍ଶିକା ଜାରି କରାଯାଇଛି। ୨୩ ତାରିଖ‌ ଅପରାହ୍‌ଣ ୨ଟାରୁ ସାଢ଼େ ୫ଟା ଓ ୨୪ ତାରିଖ ସକାଳ ୭ଟାରୁ ୧୦ଟା ୩୦ ମଧ୍ୟରେ ପରେଡ୍‌ ଅଭ୍ୟାସ ହେବ। ସେହିପରି ୨୬ ତାରିଖ ସକାଳ ସାଢ଼େ ୬ଟାରୁ ପରେଡ୍‌ ଶେଷ ହେବା ପର୍ଯ୍ୟନ୍ତ ଜାରି ହୋଇଥିବା କଟକଣା ବଳବତ୍ତର ରହିବ। ଧାର୍ଯ୍ୟ ଜାଗାରେ ପାର୍କିଂ ନ କଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ। କୌଣସି ଗାଡ଼ିକୁ ମାଷ୍ଟର କ୍ୟାଣ୍ଟିନ୍‌ ଦେଇ ଗାନ୍ଧୀମାର୍ଗକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ସଚିବାଳୟ ମାର୍ଗରେ ହାଉସିଂବୋର୍ଡରୁ ପିଏମ୍‌ଜି ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ରବୀନ୍ଦ୍ର ମଣ୍ଡପ ପୂର୍ବରୁ ବାମପଟକୁ ବୁଲିଯିବେ। ଏଜିରୁ ପିଏମ୍‌ଜି ଆସୁଥିବା ଗାଡ଼ି ଇନ୍ଦିରା ଗାନ୍ଧୀ ପାର୍କ ପୂର୍ବରୁ ଡାହାଣକୁ ବୁଲିଯିବେ। ୧୨୦ ବାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ଗାଡ଼ି ଏମ୍‌ଏଲ୍‌ଏ କଲୋନି ଛକରୁ କଲୋନି ଭିତରକୁ ବୁଲିଯିବେ। ପାର୍କିଂ ପାଇଁ ମଧ୍ୟ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ ହୋଇଛି। ରେଳ ଷ୍ଟେସନ୍‌ ପାଖ ବିଡିଏ ବସ୍‌ଷ୍ଟାଣ୍ଡ ନିକଟ, କଂଗ୍ରେସ ଭବନ ପାଖ, ଇଡକଲ୍‌ ଅଡିଟୋରିୟମ, ଜୟଦେବ ଭବନ ପରିସର, ୟୁନିଟ୍‌-୩ ଏସ୍‌ବିଆଇ ପାଖ, ରବୀନ୍ଦ୍ର ମଣ୍ଡପ ପରିସର, ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପାର୍କିଂ ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।