କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସାଧାରଣତନ୍ତ୍ର ଦିବସରେ ଉତ୍ତର ପ୍ରଦେଶ ପ୍ରଜ୍ଞାପନ ମେଢ଼ରେ ପ୍ରଦର୍ଶନ ହେବ ଅଯୋଧ୍ୟାର ରାମ ମନ୍ଦିର

ଲକ୍ଷ୍ନୌ: ନୂଆଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଉତ୍ତର ପ୍ରଦେଶର ପ୍ରଜ୍ଞାପନ ମେଢ଼ରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ସମେତ ସେଠାକାର ସଂସ୍କୃତି, ପ୍ରଥା ଏବଂ କଳାକୃତି ପ୍ରଦର୍ଶନ କରାଯିବ।

ରାଜ୍ୟ ସରକାରଙ୍କ ବିବୃତି ଅନୁସାରେ, ୨୦୨୧ ପ୍ରଜ୍ଞାପନ ମେଢ଼ର ଶୀର୍ଷକ ରହିଛି ‘ଅଯୋଧ୍ୟା: ଉତ୍ତର ପ୍ରଦେଶର ସାଂସ୍କୃତିକ ଐତିହ୍ୟ’।

ଏଥିରେ ଅଯୋଧ୍ୟା ‘ଦୀପୋତ୍ସବ’ ଏକ ଝଲକ ବି ପ୍ରଦର୍ଶନ କରାଯିବ। ନୂଆଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ପରେଡ୍‌ ସଂକ୍ରାନ୍ତ ବୈଠକରେ ଉତ୍ତର ପ୍ରଦେଶ ସରକାର ପଠାଇଥିବା ଏହି ପ୍ରସ୍ତାବ ଅନୁମୋଦିତ ହୋଇଛି।

ଏ ବର୍ଷ ଉତ୍ତର ପ୍ରଦେଶ ପ୍ରଜ୍ଞାପନ ମେଢ଼ ରାଜ୍ୟର ସାଂସ୍କୃତିକ ଏବଂ ଧାର୍ମିକ ପର୍ଯ୍ୟଟନକୁ ପ୍ରତିବିମ୍ବିତ କରୁଛି।

ଆଗାମୀ ୨୦୨୧ ଜାନୁଆରି ୨୬ ତାରିଖ ଦିନ ଭାରତ ତା’ର ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,